ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଗଲା ପୁଅ – ଉଦ୍ଧାର କାଲେ ଗ୍ରାମବାସୀ

ତାଳଚେର – ପରିଣତ ବୟସରେ ପୁଅ ସାହା ହେବା ବଦଳରେ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲି ଯିବା ଘଟଣା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ଟୋଲୋକବଡା ବିଷ୍ଣୁ ମନ୍ଦିର ଜଙ୍ଗଲରେ ଦେଖିବାକୁ ମିଳିଛି ଏ ଭଳି ଏକ ହୃଦୟ ବିଦାରକ ଘଟଣା । ଜନ୍ମ କଲା ମାକୁ ତିନି ଦିନ ହେବ ଜଙ୍ଗଲରେ ଛାଡି ପଳାଇଲା ପୁଅ , ଏଭଳି ଅଭିଯୋଗ ଆଣିଛନ୍ତି ବୃଦ୍ଧା ମା । ସୂଚନା ଅନୁଯାଇ କଣିହାଁ ଥାନା କିଆଝାର ଗ୍ରାମର ବୃଦ୍ଧା ବୈଦେଇ ନାଏକ କିଛି ଦିନ ହେବ ରୋଗୀଣା ଥିବା ବେଳେ ତାଙ୍କ ପୁଅ ଚିକିତ୍ସା କରିବା ବଦଳରେ ଘର ଠାରୁ ସାତ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଯାଇଥିବା ବେଳେ ଆଜି ଟୋଲକବେଡା ଗ୍ରାମର ମହିଳା ଓ ଯୁବକ ଜଙ୍ଗଲ କୁ ଡାଳ ସଂଗ୍ରହ କରି ଆସିଥିବା ବେଳେ ବୃଦ୍ଧା ମହିଳା ଜଣେ ଜଙ୍ଗଲ ଭିତରେ ପଡିଥିବା ଦେଖି ପଚରା ଉଚରା ପରେ ଜଣାପଡିଥିଲା ତାଙ୍କ ପୁଅ ଆଣି ଜଙ୍ଗଲରେ ଛାଡି ପଳାଇଥିଲେ ବୋଲି l ଅନ୍ୟପକ୍ଷେ ତାଙ୍କ ପୁଅ ଜଙ୍ଗଲ ରେ ରୋଗୀଣା ମାକୁ ଛାଡିଜିବା ଘଟଣା କୁ ସ୍ଥାନୀୟ ଲୋକମାନେ ଦୃଢ଼ ନିନ୍ଦା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *