ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାର ପୁଅ ତଥା ଓଡ଼ିଆ ଆଇପିଏସ ଅଧିକାରୀ ହେଲେ ରାଜସ୍ଥାନ ଡିଜିପି Angul OnlineDecember 30, 2023December 30, 2023 ଅନୁଗୁଳ – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୋଶଳା ଗ୍ରାମର ପୁଅ ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନ ରାଜ୍ୟର ଡିଜିପି ଭାବେ ଅବସ୍ଥାପିତ ହୋଇଛନ୍ତି । ଏନେଇ ଓଡିଶା ସମେତ ସାରା ଦେଶରୁ ତାଙ୍କର ଅବଦାନ ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ସେ ୧୯୬୪ ମସିହା ଜୁନ ୨୦ତାରିଖରେ କୋଶଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମେ କୋଶଳା ଉଚ୍ଚବିଦ୍ୟାଳୟରେ ଶିକ୍ଷା ଲାଭ କରି ରେଭେନସା ମହାବିଦ୍ୟାଳୟରେ ଭୂତତ୍ୱ ବିଜ୍ଞାନରେ ଅନର୍ସରେ ଟପ୍ପର ହୋଇ ଧାନବାଦରେ ଭୂତତ୍ୱ ବିଜ୍ଞାନରେ ଏମଟେକରେ ମଧ୍ୟ ଟପ୍ପର ହୋଇଥିଲେ । ସେ ୧୯୮୮ ବ୍ୟଚର ରାଜସ୍ଥାନ କ୍ୟାଡରର ଆଇପିଏସ ଅଧିକାରୀ ଭାବେ ୧୯୯୧ ମସିହାରେ ଯୋଧପୁର ଇଷ୍ଟରେ ସହକାରୀ ଏସପି ଭାବେ କାର୍ଯ୍ୟ କରିଥିଲେ । ପରେ ଉତ୍କଳ ଅକ୍ଟୋବର ୨୭ ,୨୦୨୨ ରେ ରାଜସ୍ଥାନ ପାଇଁ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ହନୁମାନଗଡ, ସିକାର, ବନସ୍ୱାରା, ଶ୍ରୀଗଙ୍ଗନଗର, ଭିଲୱାରା ସମେତ ରାଜସ୍ଥାନର ଅନେକ ଜିଲ୍ଲାରେ ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି l ବର୍ତ୍ତମାନ ସେ ରାଜସ୍ଥାନ ହୋମଗାର୍ଡର ମହାନୀର୍ଦ୍ଦେଶକ ଭାବରେ କାର୍ଯ୍ଯରତ । ୨୦୦୫ମସିହାରେ ପୁଲିସ ମେଡାଲ ଏବଂ ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ପୁଲିସ ମେଡାଲ ପାଇଥିଲେ । ତେଣୁ କୋଶଳା ଗ୍ରାମ ସମେତ ଛେଣ୍ଡିପଦା ବ୍ଳକର ସମସ୍ତ ଜନସାଧାରଣଙ୍କ ଠାରେ ଖୁସିର ଲହରୀ ଖେଳିଯିବା ସହ ଶୁଭେଛା ଜଣାଯାଇଛି । Advertisement
ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ…
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…
ମୋଟର ସାଇକେଲକୁ ଧକ୍କା ଦେଲା ଟ୍ରକ – ଦୁଇ ଭଉଣୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି…