ଖେଳ ଓ ଖେଳାଳି ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଲେ ଜିଲ୍ଲାର ଦୁଇ କ୍ରିଡାବିଦ୍ Angul OnlineJune 25, 2023June 25, 2023 ଅନୁଗୋଳ – ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଛନ୍ତି ଅନୁଗୋଳ ଦୁଇ ଜଣ କ୍ରିଡାବିଦ୍ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସ୍ବାଧୀନ ମାଝୀ ଉଚ୍ଚ ଡିଆଁରେ ୨.୧୨ ମିଟରର ପ୍ରଦର୍ଶନ ଦେଇ ରାଜ୍ୟରେ ନୂତନ ରେକର୍ଡ କରିଛନ୍ତି । କିଟ୍ ବିଶ୍ବବିଦ୍ୟାଳୟ ପଡ଼ିଆରେ ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ସେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨.୦୮ ମିଟର । ସେହିଭଳି ଅନୁଗୋଳ ଜିଲ୍ଲାର ଦୂର୍ଗା ଚରଣ କିଶକୁ ପୁରୁଷ ବିଭାଗ ପୋଲ ଭଲଟ୍ ରେ ୩.୭୦ ମିଟର ଲମ୍ଫ ପ୍ରଦାନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉଭୟ ଖେଳାଳି ଭୁବନେଶ୍ୱରର ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ତାଲିମ ନେଉଛନ୍ତି । Advertisement
ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ହାଣ୍ଡିଗୋଡା ଠାରେ ରବିବାର ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହାଣ୍ଡିଗୋଡା ମା…
ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ଜେଏସପିଏଲ ଚମ୍ପିୟାନ ଅନୁଗୁଳ – ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନ ଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ…
ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍…