ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ

ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ

କଣିହାଁ  – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ ଏକ ମୋଟରସାଇକେଲ ନେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଯାଜପୁର ପାଣିକୋଇଲି ଗ୍ରାମର ଆଶିଷ କୁମାର ଜେନା ନାମକ ଜଣେ ବ୍ୟକ୍ତି ବଡ଼ଗୁଣ୍ଡରୀ ଗ୍ରାମର ଆଲୋକ କୁମାର ପଟ୍ଟନାୟକଙ୍କ ଦୋକାନରେ ରୋଷେୟା ଭାବେ ଗତ ୧୪ଜୁଲାଇ କାମ କରିବାକୁ ଆସିଥିଲା । କିଛି ଦିନ ପରେ ତାର ସ୍ତ୍ରୀ ଓ ୪ବର୍ଷର ପୁଅକୁ ଧରି ସପରିବାର ମାଲିକ ଆଲୋକଙ୍କ ଘରେ ରହିଲା । ଆଶିଷ ଏଠାରେ କିଛିଦିନ ରହିବା ପରେ ତାର ଏନଟିପିସିର ଜଣେ ଉଚ୍ଚ ପଦସ୍ଥ ଅଧିକାରିନକ ସହ ଭଲ ସମ୍ପର୍କ ଅଛି ବୋଲି ମିଛ ପ୍ରଚାର କରିବା ସହ ମେଣ୍ଟେନାନ୍ସରେ ଚାକିରି ରଖାଇ ଦେବ ବୋଲି କିଛି ଲୋକଙ୍କୁ କହି ବୁଲିଥିଲା । ତାର କଥାରେ ଭାସିଯାଇ ଯାଇଥିଲେ କିଛି ଲୋକ । ଆଉ ଏହି ଏନ୍‌ଟିପିସି , କଣିହାଁ ପ୍ରକଳ୍ପରେ ମେଣ୍ଟେନାନ୍ସରେ କାମ କରାଇଦେବି କହି ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କ ଠାରୁ ଆଶିଷ , ୬୦ହଜାର ଟଙ୍କା ନେଇଥିଲା । ସେହିଭଳି ସତ୍ୟବାନ ସାହୁଙ୍କ ଠାରୁ ୬୦ ହଜାର , ପଦମନ ସାହୁଙ୍କ ଠାରୁ ୬୦ହଜାର ଟଙ୍କା ଏବଂ ଆଲୋକ ପଟ୍ଟନାୟକଙ୍କ ଠାରୁ ରୋଷେୟା ଆକାରରେ ଆଡଭାନ୍ସ ଆକାରରେ ୪୫ ହଜାର ଟଙ୍କା ନେଇଥିଲା ଗତ ୬ତାରିଖ ଦିନ ଆଶିଷ, ତାର ଦେହ ଖରାପ ଆଚି ଆଉ ଡାକ୍ତରଖାନା ଜୀବ କହି ଅଚ୍ୟୁତାନନ୍ଦଙ୍କ ମୋଟରସାଇକେଲ (ଓଡି-୧୯-ଡି ୭୨୭୧) ନେଇଯାଇଥିଲା । ତେବେ ସେହିଦିନ ଆଶିଷ ଆଉ ଫେରିନଥିଲେ । ତା ପରଦିନ ଆଶିଷକୁ ଫୋନ୍ କରିବା ପରେ ସେ ଆଉ ଫୋନ୍ ରିସିଭ୍ କରିନଥିଲେ । ପରେ ଆଶିଷ ରହୁଥିବା ଭଡାଘରକୁ ଯାଇ ଦେଖିବାରୁ ଆଶିଷ ସେଠାରୁ ପଳାଇ ଯାଇଥିବା ସନ୍ଦେହ ଅକରିଥିଲେ ଆଉ ଏଥିପାଇଁ ସେ ଆଉ ଅନ୍ୟମାନେ ଠକେଇର ଶିକାର ହୋଇଥିବା ନେଇ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଶିଷ ସମୁଦାଯ ୨ଲକ୍ଷ ୨୫ ହଜାର ଟଙ୍କା ସମେତ ଏକ ମୋଟରସାଇକେଲ ନେଇ ଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କଣିହାଁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର  ତଦନ୍ତ କରୁଛି

What’s your Reaction?
+1
13
+1
0
+1
3
+1
6
+1
6
+1
0
+1
2

Leave a Reply