ଆମ ଓଡିଶା ଫେରିଯିବ ବାଘୁଣୀ ସୁନ୍ଦରୀ Angul OnlineMarch 20, 2021March 20, 2021 ଅନୁଗୁଳ – ଅନୁଗୁଳ ସାତକୋଶିଆରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ , ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବ । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଆସିଥିବା ବାଘୁଣୀ ପୁଣି ମଧ୍ୟପ୍ରଦେଶକୁ ଫେରାଇ ନେବାକୁ ମଧ୍ୟପ୍ରଦେଶରୁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି । ଆସନ୍ତାକାଲି ଅପରାହ୍ନ ସୁଧା ଏହି ବିଶେଷଜ୍ଞ ଦଳ ଅନୁଗୁଳରେ ପହଞ୍ଚିବେ । ଏଠାରେ ସାତକୋଶିଆ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନକ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବାର ଯୋଜନା ରହିଛି । ସ୍ଥିତି ପରଖିବା ପରେ ବାଘୁଣୀକୁ କାବୁ କରି ସ୍ଵତନ୍ତ୍ର ଗାଡିରେ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡା ଯିବାର ଯୋଜନା ରହିଛି । Advertisement
ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଆରମ୍ଭ ହୋଇଛି । ଗତକାଲିଠାରୁ ଏହି ସେବା ଆରମ୍ଭ ହୋଇଥିବା ଭାରତୀୟ ରେଳ ପକ୍ଷରୁ…
ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସର ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇ ଯାଇଛି । ଯେଉଁଠାରୁ ସାରା ରାଜ୍ୟକୁ ବିଦ୍ୟୁତ ସଞ୍ଚରି ଯାଉଥିଲା…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…