ମୁଖ୍ୟ ଖବର ପୁଣି ପାଇଖାନା ଟାଙ୍କି ନେଲା ଦୁଇ ଜୀବନ Angul OnlineSeptember 13, 2024September 13, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଶକ୍ତି ନଗର କଲୋନୀରେ ଏକ ନବନିର୍ମିତ ପାଇଖାନା ଟାଙ୍କିରେ ଫସି ଦୁଇ ଜଣ ଶ୍ରମିକଙ୍କ ମୃତ ହୋଇଥିବା ଜଣା ପଡ଼ିଛି । ମୃତ ଶ୍ରମିକ ଦୁଇଜଣ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ରେଢମ ଗ୍ରାମର ରଘୁ ହାଁସଦା ଓ ମେଡ଼ ନାଗ । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା ହାଡ଼ସୁହାର ଗ୍ରାମର ସୁରେଶ ପ୍ରଧାନ ପ୍ରାୟ ଏକ ବର୍ଷ ହେବ ନୂଆହତା ପଞ୍ଚାୟତର ଶକ୍ତି ନଗର କଲୋନୀରେ ନିଜର ଏକ ନୂତନ ଘର ନିର୍ମାଣ କାର୍ଯ୍ୟ ଚଳାଇଥିଲେ । ଶ୍ରମିକ ଓ ମିସ୍ତ୍ରୀ ଭାବେ ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କୁ ଆଣି କାର୍ଯ୍ୟ କରାଉଥିଲେ । ଆଜି ସକାଳ ୮ ଘଟିକା ସମୟରେ ପାଇଖାନା ଟାଙ୍କିରେ ଦୁଇ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ହେବ ଦୁଇ ଶ୍ରମିକଙ୍କ କୌଣସି କାର୍ଯ୍ୟର ଶବ୍ଦ ଶୁଣା ନ ଯିବାରୁ ମାଲିକ ଓ ଅନ୍ୟ ଶ୍ରମିକ ମାନେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ । ଦେଖିବା ବେଳକୁ ଦୁଇ ଜଣ ଶ୍ରମିକ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ । ମାଲିକ ଏହା ଦେଖି ତୁରନ୍ତ ବଅଁରପାଳ ଦମକଳ ବାହୀନି କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଟାଙ୍କିକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗିବା ପରେ ଟାଙ୍କିରେ ପାଣି ଫୁଲ ଥିବାରୁ ମଟର ସାହାଯ୍ୟରେ ପାଣିକୁ ବାହାର କରିବା ସହିତ ମୃତ ଦେହକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବଅଁରପାଳ ପୂଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । Advertisement
ଏମ୍ସିଏଲ୍ କଲା ଭୁବନେଶ୍ବରୀ ଖଣି ସମ୍ପ୍ରସାରଣ ଟେଣ୍ଡର୍ ବାତିଲ ଅନୁଗୋଳ – ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ତାଳଚେରରେ ଥିବା ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହି ସମ୍ପ୍ରସାରଣ ପାଇଁ…
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଣ୍ଟ ଅନୁଗୁଳ – ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ…
ନାଲକୋର ହେବ ସଂପ୍ରସାରଣ – କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଅନୁଗୁଳ – ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଆଜି ଅନୁଗୁଳସ୍ଥିତ ନାଲକୋ ପରିଦର୍ଶନ କରିଥିଲେ…