ମୁଖ୍ୟ ଖବର ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଗୁରୁତର Angul OnlineApril 14, 2021April 14, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ସାନହିସର ଗ୍ରାମ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ରଡ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କର ମୃତ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଖୁସଦିଲ ଆଲାମ ବୋଲି ଜଣା ପଡିଛି । ସୂଚନା ଅନୁସାରେ ତାମରାକଟା ଗ୍ରାମ ଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁରହିଛି । ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ମଝିକା ଗ୍ରାମ ଠାରେ ଥିବା କ୍ୟାମ୍ପ ଷ୍ଟୋର ଠାରୁ ଟ୍ରାକ୍ଟର ଯୋଗେ ଲୁହାରଡ ବୋଝେଇ କରି ତାମରାକଟା ଗ୍ରାମ ନିର୍ମାଣ ସ୍ଥାନକୁ ନିଆଯାଉଥିଲା ବେଳେ ଟ୍ରାକ୍ଟର (ଓଡି ୧୯ – ୭୦୫୬)ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଖୁସଦିଲ ଆଲମଙ୍କ ଟ୍ରାକ୍ଟର ତଳେ ଚାପିହୋଇ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଶ୍ରମିକ ମଧ୍ୟ ଟ୍ରାକ୍ଟର ଦ୍ୱାରା ଚାପି ହୋଇ ଗୁରୁତର ଭାବେ ଆହତ ହୋଇଥିବ। ଜଣାପଡିଛି । ଖବର ପାଇ ଜରପଡା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୁତାହତଙ୍କୁ ଉଦ୍ଧାର କରିଥିଲା । ସଙ୍କଟାପନ୍ନ ଅବସ୍ଥାରେ ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏ ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରା ଯାଇ ତଦନ୍ତ କରା ଯାଉଛି । Advertisement
ଅନୁଗୁଳ ପୌରାଞ୍ଚଳ ସଟଡାଉନ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ…
ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି…
ଘରୁ ଅପହରଣ କରି ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଘର ଭିତରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ(ଫାଷ୍ଟଟ୍ରାକ )…