ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଟ୍ରକ ଚାଳକ ମୃତ Angul OnlineMarch 14, 2021March 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ଫାଟକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ପ୍ଲାଣ୍ଟକୁ (ଓଡ଼ି ୧୯ଏଫ – ୮୭୦୧) ନମ୍ବର ଟ୍ରକ ଯୋଗେ କୋଇଲା ବୋଝେଇ କରି ଗତକାଲି ବିଳମ୍ବିତ ରାତିରେ ଡେରେଙ୍ଗ ପ୍ଲାଣ୍ଟ ନିକଟରେ ପହଞ୍ଚିଥିଲା । ପ୍ଲାଣ୍ଟ ଫାଟକ ନିକଟରେ ଟ୍ରକରୁ କୋଇଲା ଖାଲି କରିବା ପୂର୍ବରୁ ଟ୍ରକର ଚାଳକ ଦୁଃଖ ବନ୍ଧୁ ପାତ୍ର ରାସ୍ତାରେ ଛିଡା ହୋଇ ନିଜ ଟ୍ରକରୁ ପାଲ ଖୋଲୁଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ଗାଡି ଦୁଃଖ ବନ୍ଧୁ ପାତ୍ରଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଃଖବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ମୃତ ଚାଳକଙ୍କ ଘର ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି । https://angulonline.com/wp-content/uploads/2021/03/WhatsApp-Video-2021-03-14-at-14.25.31.mp4 Advertisement
ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ ପାଲଲହଡା – ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତ ତନଗୁଳା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…
ଟ୍ରକ ଓଲଟି ପାଣିରେ ଭାସିଗଲା ୪୦୦ ବସ୍ତା ଧାନ ତାଳଚେର – ଟ୍ରକ ଓଲଟି ପାଣିରେ ଭାସିଗଲା ଧାନବସ୍ତା । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ସମଲ -ପବିତ୍ରନଗର ରାସ୍ତାରେ ଦେଖିବାକୁ ମିଳିଛି । ସମାକୋଇ ପୋଲରେ…