ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ

ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ ଏକ ଟ୍ରକକୁ ଅଟକାଇ ଲୁଟ ଉଦ୍ୟମ କରୁଥିବାବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥ ଦେଇ ଯାଉଥିବା ଚନ୍ଦନନଗର ଠାରେ ଛିଡା ହୋଇଥିବା ଏକ ଟ୍ରକର ଚାଳକକୁ ୩ଜଣ ଯୁବକ ଏକ ପଳସର ମୋଟରସାଇକେଳରେ ଆସି ଚାଳକର ମୁଣ୍ଡରେ ପିସ୍ତଲ ଦେଖାଇ ଲୁଟ ଉଦ୍ୟମ କରିବା ସହ ମୋବାଇଲ ଓ ଟଙ୍କା ଛଡାଇଥିଲେ । ଏହି ସମୟରେ ଲୁଟ ଉଦ୍ୟମ ହେଉଥିବା ଜାଣି ସ୍ଥାନୀୟ ଗ୍ରାମବାସୀ ଦଉଡି ଆସିବାରୁ ଦୁଇ ଜଣ ଦୁର୍ବୃତ୍ତ ପଳାଇ ଯାଇଥିବାବେଳେ ଜଣକୁ ଗ୍ରାମବାସୀ କାବୁ କରିନେଇଥିଲେ । ଉକ୍ତ ଯୁବକକୁ ଗ୍ରାମବାସୀ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଲୁଟେରାକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତରୁ ଉକ୍ତ ଲୁଟେରା ଜଣକ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ କରିଥିବାବେଳେ କିଛିଦିନ ତଳେ ଛେଣ୍ଡିପଦା ଅଞ୍ଚଳରେ ହୋଇଥିବା ଲୁଟରେ ମଧ୍ୟ ସମ୍ପୃକ୍ତି ଥିବାନେଇ ସନ୍ଦେହ କରିଛି । ପୁଲିସ ମୋଟରସାଇକେଲକୁ ଜବତ କରିବା ସହ ଲୁଟେରାକୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଜାରିରଖିଛି ।

What’s your Reaction?
+1
0
+1
0
+1
1
+1
0
+1
6
+1
0
+1
0

Leave a Reply