ସମସ୍ୟା ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା Angul OnlineNovember 25, 2022November 25, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଟାଙ୍ଗରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ରହିଥିବା ପ୍ରତିବାଦରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ,ଅଭିବାବକ ଓ ଗ୍ରାମବାସୀ ବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ଧାରଣାରେ ବସିଥିଲେ ।ସୂଚନା ଅନୁସାରେ, ଟାଙ୍ଗରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଲୟଟି ୧୯୬୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୬୨ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି ।ବିଦ୍ୟାଳୟରେ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଥିଲେ ।କିନ୍ତୁ ୪ ମାସ ତଳେ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ପ୍ରମୋସନ ପାଇଥିବା ବେଳେ ଅନ୍ୟତ୍ର ବଦଳି ହୋଇଥିଲା ।ଯାହା ଫଳରେ ବିଦ୍ୟାଳୟର ଶିକ୍ଷାଦାନରେ ବାଧା ଉପୁଜିଥିଲା । ଏଥିପାଇଁ ଆନ୍ଦୋଳନକାରୀ ମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏଭଳି ତାଲା ପକାଇ ରଖିବାକୁ ନିଷ୍ପତି ନେଇଛନ୍ତି । ପ୍ରାୟ ୪/୫ମାସ ହେଲା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ୧୬୨ ପିଲାଙ୍କୁ ମାତ୍ର ୩ ଜଣ ଶିକ୍ଷକ ପାଠ ପଢ଼ାଇବା ଆଦୌ ସମ୍ଭବ ହେଉ ନାହିଁ। ଅନେକ ସମୟରେ ପିଲାମାନେ ସ୍କୁଲରେ ବସି ରହୁଛନ୍ତି । ଏହାଛଡା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷକ ନଥିବାରୁ ସେମାନେ ବସି ବସି ଘରକୁ ଯାଉଛନ୍ତି । ତୁରନ୍ତ ଶିକ୍ଷକ ଦେବା ପାଇଁ ଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିଛନ୍ତି । ଏକ ସପ୍ତାହ ମଧ୍ୟରେ ଶିକ୍ଷକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ପାଇ ଗ୍ରାମବସୀ ଗ୍ରାମକୁ ଫେରିଥିଲେ । କିନ୍ତୁ ପ୍ରତିଶ୍ରୁତି ପାଇବାର ଦେଢମାସ ବିତିଗଲା ପରେ ଅଧ୍ୟ ଦାବି ପୂରଣ ହୋଇ ପାରିଲା ନାହିଁ । ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରଲୋକ୍ୟ ସାହୁ ,ଗ୍ରାମ ସଭାପତି ମହର୍ଗା ସାହୁ ,ଗ୍ରାମ ସମ୍ପାଦକ ଶିବରାମ ସାହୁଙ୍କ ସମେତ ଗ୍ରାମର ଶତାଧିକ ଅଭିବାବକ , ଛାତ୍ରୀଛାତ୍ର ଓ ଗ୍ରାମବାସୀ ବିଦ୍ୟାଳୟର ମୁଖ୍ୟଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ।ଯେ ପର୍ଯ୍ୟନ୍ତ ବିଦ୍ୟାଳୟରେ ଆବଶ୍ଯକତା ଅନୁଯାୟୀ ଶିକ୍ଷକ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । Advertisement
ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!! ଅନୁଗୋଳ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ…
ଆର.ଟି.ଓ ନିଯୁକ୍ତି ଦାବୀ ଅନୁଗୁଳ – ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…