ଆଞ୍ଚଳିକ ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ Angul OnlineJuly 5, 2022July 5, 2022 ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିଲା । ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଥିଲେ ଗ୍ରାମବାସୀ । ଏ ନେଇ ଅନେକ ଥର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଶେଷରେ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି । ବାଘୁଆନାଳି ଗ୍ରାମବାସୀ ଙ୍କ କହିବା କଥା , ପୋକଣ୍ଡାରୁ ବାଘୁଆନାଳି ଗ୍ରାମକୁ ସଂଯୋଗ କରୁଥିବା ୨ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିଲା । ଏହା ପଞ୍ଚାୟତ ଅଧୀନରେ ରହିଛି । ହେଲେ ମରାମତି କରାଯାଉ ନ ଥିବା ଯୋଗୁ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଉଛି । ଫଳରେ ଲୋକେ ଯାତାୟାତ କରିପାରୁନାହାନ୍ତି । ଗ୍ରାମବାସୀ ପକ୍କା ରାସ୍ତା ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରୁ ନ ଥିଲା । ଫଳରେ ଲୋକେ ନିଜ ନିଜ ଭିଆତ୍ରେ ଚାନ୍ଦା କରିବା ସହ ନିଜେ ପରିଶ୍ରମ କରି ରାସ୍ତା ମରାମତି କରିଛନ୍ତି । Advertisement
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…
ପଣସ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫…
ଦୁର୍ଘଟଣାରେ ଓକିଲ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ…