ମୁଖ୍ୟ ଖବର ସ୍ବାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ – ରାତି ଅଧାରେ ମୋବାଇଲରେ ଗପିବାକୁ ବାରଣ କରିବାରୁ ଏଭଳି କାଣ୍ଡ ଭିଆଇଲା ସ୍ତ୍ରୀ Angul OnlineJune 30, 2024June 30, 2024 ଅନୁଗୁଳ – ସ୍ତ୍ରୀକୁ ମୋବାଇଲରେ ଗପିବାକୁ ବାରଣ କରିବାରୁ ସ୍ୱାମୀକୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିବା ସହିତ ଗୁପ୍ତାଙ୍ଗ କାଟି ଦେଇଥିଲା ସ୍ତ୍ରୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ। ଗତକାଲି ମଧ୍ୟରାତ୍ରିରେ ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ ମୋବାଇଲରେ କାହା ସହିତ କଥା ହେଉଥିଲେ । ମୋବାଇଲରେ ସ୍ତ୍ରୀ କଥା ହେଉଥିବା ଦେଖି ସ୍ୱାମୀ ବିରକ୍ତି ପ୍ରକାଶ କରିବା ସହିତ ସ୍ତ୍ରୀ କୁ ତାଡନା କରିଥିଲେ । ଏଥିରେ ଉତ୍ତେଜିତ ହୋଇ ସ୍ତ୍ରୀ ଏକ ଶାବଳ ଆଣି ସ୍ୱାମୀର ବେକକୁ ଚାପି ହତ୍ୟା ଉଦ୍ୟମ କରିଥିଲେ । ଜୀବନ ବିକଳରେ ସ୍ୱାମୀ ଚିତ୍କାର କରିବା ପରେ ସ୍ତ୍ରୀ ଏକ ବ୍ଲେଡ଼ରେ ସ୍ବାମୀର ଗୁପ୍ତାଙ୍ଗ କାଟି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡୋଶୀ ମାନେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣା ପରେ ସ୍ତ୍ରୀ ଫେରାର ହୋଇଛନ୍ତି । ଚିକିତ୍ସା ପରେ ସ୍ବାମୀ ଥାନାରେ ସ୍ତ୍ରୀ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। Advertisement
ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ରେ ହାତୀ ଆକ୍ରମଣରେ ଦୁଇ…
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…