ମୁଖ୍ୟ ଖବର ଦୁର୍ଘଟଣାରେ ମହିଳା ମୃତ Angul OnlineDecember 24, 2022December 24, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କାଙ୍ଗୁଲା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ସେହି ଗାଁର ଚାନ୍ଦ ସେଠ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅନୁଗୁଳ ଆଡୁ ମହିଧରପୁର ଆଡକୁ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଛିଟିକି ପଡିବା ସହ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୋଟରସାଇକେଲ ଆରୋହି ଜଣଙ୍କ ମଧ୍ୟ ଆହତ ହୋଇଥିବା ବେଳେ ସେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । Advertisement
ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ…
ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା ପାଲଲହଡା – ବସକୁ 4 ଲକ୍ଷ 98 ହଜାର ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ…
ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ…