ମୁଖ୍ୟ ଖବର ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା Angul OnlineOctober 25, 2022October 25, 2022 ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ ହଠାତ ଟଳି ପଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ଟାଉନ ଉଦୟପୁର ଅଞ୍ଚଳରେ । ସୂଚନା ଅନୁସାରେ ଡଲି ନାୟକ ନାମକ ଜଣେ ମଧ୍ୟ ବୟସ୍କା ବିବାହିତା ମହିଳା ଆଜି ଦିନ ଏଗାରଟା ବେଳେ ପାଲଲହଡା ଟାଉନ ଉଦୟପୁର ସ୍ଥିତ ଭଉଣୀ ଘରକୁ ନିଜ ଆଠ ବର୍ଷର ପୁଅ ସହିତ ଆସିଥିଲେ । ତାଙ୍କ ଆଠ ବର୍ଷର ପୁଅକୁ ଘରେ ଛାଡି ଦେଇ ଘରଠାରୁ ମାତ୍ର ପଚାଶ ମିଟର ଦୁର ରାସ୍ତା କଡ ଖୋଲା ପଡିଆରେ ବସି ମୋବାଇଲରେ କଥା ହେଉଥିବା ବେଳେ ସେହି ସ୍ଥାନରେ ଖସି ପଡିଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ମହିଳା ଜଣଙ୍କ ପଡିଥିବା ଦେଖି ପାଖ ପଡିଶା ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ତୁରନ୍ତ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯିଅଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମରୁତ ଘୋଷଣା କରିଥିଲେ । ଖବରପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଲାଇଛି । ପ୍ରାରମ୍ଭିକ ତଦନ୍ତରୁ ହୃଦଘାତ ଜନିତ ମୃତ୍ୟୁ ବୋଲି ପୁଲିସ ସନ୍ଦେହ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି । ମୃତ ଡଲି ନାୟକ ପିତା ପହଲା ନାୟକ ଘର ପାଳଲହଡା ବ୍ଲକ ଜୋକପାଣି ଅଞ୍ଚଳର ହୋଇଥିବା ବେଳେ ସେ ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ର ଟାଇସିରା ଗାଁରେ ବିବାହ କରିଥିଲେ । ତାଙ୍କ ପାଖରେ ଆଠ ବର୍ଷର ପୁଅ ରହିଛି । ତେବେ କିଛି ବର୍ଷ ହେଲା ଡଲି ନାୟକ ତାଙ୍କ ଭଉଣୀ ପାଖରେ ରହି ଆସୁଥିବା ଜଣା ପଡିଛି । Advertisement
ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର…
୧୫ ଘଣ୍ଟା ପଡି ରହିଲା ମୃତଦେହ – ପର ହେଲେ ପରିବାର , ସତ୍କାର କଲା ପ୍ରଶାସନ ଅନୁଗୁଳ – କରୋନାର ଭୟାବହତା ମଣିଷ ମନରୁ ମାନବିକତା ମାରିବାକୁ ବସିଲାଣି । ଏହି ରୋଗ ପାଇଁ କେଉଁଠି ବାପ ଶବ ପୁଅ ଛୁଇଁନି ତ ଆଉ…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ -୫୫ ର ଟ୍ରକ ଆସୋସିଏସନ ଆଗରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି…