ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ କରିଥିଲେ । ସମୟ କ୍ରମେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଉଭୟଙ୍କର ୧୫ବର୍ଷ ତଳେ କୋର୍ଟ ରେ ଛାଡପତ୍ର ହୋଇଥିଲା । ତା ପରଠାରୁ ଝୁନି ନିଜ ଶାଶୁଘର ଛାଡ଼ିବାପ ଘରେ ରହୁଥିଲେ । ଗତକାଲି ରାତିରେ ଖାଇ ସାରିବା ପରେ ନିଜ ରୁମ ରେ ଶୋଇଥିଲେ । ଆଜି ସକାଳ ଭୋର ୪ଟା ସମୟରେ ଝୁନିଙ୍କ ବଡ ଭାଇ ତାଙ୍କ ଭଉଣୀ ନିଜ ଓଢଣି ସାହାଯ୍ୟରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକ ଜାଣିବା ପରେ ନାଲକୋ ଥାନାକୁ ଅବଗତ କରାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁନି ଲେଖିଥିବା ଏକ ହାତ ଲେଖା ଚିଠି ପାଇଥିଲା । ଉକ୍ତ ଚିଠିରେ ଆତ୍ମହତ୍ୟା କରିଥିବା ଲେଖିବା ସହ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ କରିଥିବା ଜଣା ପଡିଛି । ଏ ନେଇ ନାଲକୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1