ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟ ଲୋପିତା ଖଣ୍ଡୁଆଳ ସୂଚନା ଅନୁସାରେ ଲୋପିତାଙ୍କ ସ୍ଵାମୀ ରେଳ ବିଭାଗରେ ଚାକିରି କରୁଥିବା ବେଳେ ଭଡା ଘରେ ଲୋପିତା ପ୍ରାୟ ଏକୁଟିଆ ରୁହନ୍ତି ଲୋପିତା ଆଜି ସନ୍ଧ୍ୟାରେ ତାଙ୍କର ୮ ବର୍ଷୀୟ ପୁଅକୁ ଇକୋ ପାର୍କ ପାଖରେ ଥିବା ତାଙ୍କ ସାଙ୍ଗ ଘରେ ଛାଡି ଦେଇ ଆସିଥିଲେ । ବହୁ ସମୟ ଧରି ନ ଆସିବାରୁ ତାଙ୍କ ସାଙ୍ଗ ଲୋପିତାଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ଫୋନ କରିବା ପରେ ନ ଉତ୍ୟହାଇବାରୁ ବାଧ୍ୟ ହୋଇ ତାଙ୍କ ସାଙ୍ଗ ଲୋପିତାଏନକେ ପୁଅକୁ ଧରି ଲୋପୀତା ରହୁଥିବା ଭଡାଘରକୁ ଆସିଥିଲେ ତେବେ ଘର ଭିତର ପଟରୁ ବନ୍ଦ ଥିବା ବେଳେ କେହି ନଶୁଣିବାରୁ ତାଙ୍କର ସନ୍ଦେହ ହୋଇଥିଲା ଝରକାରେ ଦେଖିବା ବେଳେ ଲୋପିତାଙ୍କ ମୁତଦେହ ଝୁଲୁଥିବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରତମ୍ଭ କରିଥିବା ବେଳେ ତାଙ୍କ ସ୍ବାମୀଙ୍କୁ ସୂଚନା ଦିଆ ଯାଇଛି ।

What’s your Reaction?
+1
3
+1
0
+1
2
+1
0
+1
7
+1
3
+1
8

Leave a Reply