ମୁଖ୍ୟ ଖବର ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ Angul OnlineMarch 13, 2021March 13, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗ୍ରାମର ଲବଣି ଭୁତିଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାହାଳସାହିର ଜଣେ ବ୍ୟକ୍ତି ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ କୋଇଲା ଚାଲାଣ କରୁଥିବା ବେଳ ସେହି ଚୋରା କୋଇଲା ଖାତରେ ଲବଣି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଲବଣି ଆଜି ଭୋର ୫ଟା ସମୟରେ ଖାତ ଭିତରେ କାମ ସାରି ସାଇକେଲରେ କିଛି କୋଇଲା ଲୋଡ କରି ଆଣୁଥିବା ସମୟରେ ସାଇକେଲ ସହିତ ୫୦ ଫୁଟ କୋଇଲା ଖାତ ତଳକୁ ଖସି ପଡିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲବଣିଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଲବଣିଙ୍କୁ ମୃତ ଘୋଷଣା କରିଥିଲେ । ବେଆଇନ କୋଇଲା ଉତ୍ତୋଳନ କାର୍ଯ୍ୟ ଯୋଗୁଁ ମୃତକଙ୍କ ପରିବାର ବେଆଇନ କୋଇଲା ଖାତ ମାଲିକଙ୍କ ମଧ୍ୟରେ ସଲାସୁତୁରା ପରେ ଘଟଣାକୁ ଦଫାରଫା କରି ମୃତଦେହ ପୋଡ଼ି ଦିଆଯାଇଛି । ଘଟଣାରେ ଅଭିଯୋଗ ନ ଥିବାରୁ ଛେଣ୍ଡିପଦା ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ । Advertisement
ରେଞ୍ଜ ଅଫିସର ନିଲମ୍ବିତ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ…
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…
ଜାତୀୟ ରାଜପଥ ୫୫ ପୂର୍ଣ୍ଣାଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ରମେଶ ସାଏ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ମଙ୍ଗୁଳି – ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି…