ଖେଳ ଓ ଖେଳାଳିମୁଖ୍ୟ ଖବର ଖେଳୁଥିବା ବେଳେ ଟଳି ପଡିଲେ ଯୁବକ Angul OnlineMarch 17, 2021March 17, 2021 ତାଳଚେର – ଖେଳୁଥିବା ବେଳେ ଚାଲିଗଲା ଜୀବନ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଘଟଣା ଘଟିଛି ତାଳଚେର TTPS ଠାରେ । ଗତକାଲି TTPS ଠାରେ ଏକ ଜିଲ୍ଲା ସ୍ତରୀୟ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରାତି ପ୍ରାୟ ୧୦ ଟା ପରେ ଗୋବରା ଓ ବଜ୍ରକୋଟ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବଜ୍ରକୋଟ ଟିମର ହିମାଞ୍ଚଳ ଦେହୁରୀ ନାମକ ଜଣେ ଯୁବକ ପଡିଆ ଭିତରେ ହଠାତ ଟଳି ପଡ଼ିଥିଲେ । ହୃଦଘାତ ହୋଇଥିବା ଆଶଙ୍କା କରି ତାଙ୍କୁ ତୁରନ୍ତ TTPS ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । Advertisement
କବାଡି ଚମ୍ପିୟାନସିପ ଆରମ୍ଭ ଅନୁଗୁଳ – ଅନୁଗୁଳରେ ଆୟୋଜନ ହୋଇଛି ରାଜ୍ୟ ସ୍ଥରୀୟ ୭୦ ତମ ସିନିୟର କବାଡି ଚମ୍ପିୟାନସିପ । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୁଳ ଜିଲା ପ୍ରଶାସନର…
ପାଲଲହଡା କପ – ବାଗଡିଆ ଚମ୍ପିୟାନ ପାଳଲହଡ଼ା – ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି । ୭ ଦିନ ଧରି…
ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ – ସେମିଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ, ଗୋଆ, ତେଲେଙ୍ଗାନା ଓ ରାଜସ୍ଥାନ ଅନୁଗୁଳ – ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…