ମୁଖ୍ୟ ଖବର କେନାଲରେ ଗାଧେଇବା ହେବା କାଳ – ପାଣିରେ ବୁଡି ଯୁବକ ମୃତ Angul OnlineAugust 8, 2021August 8, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମରୁ ବାହାରିଥିବା ଏକ କେନାଲରେ ଗାଧୋଇବା ବେଳେ ବୁଡ଼ିଯିବାରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉତ୍ତରପ୍ରଦେଶ ଗୋରଖପୁରର ୨୫ ବର୍ଷୀୟ ଅବିନାଶ ତ୍ରିପାଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ସହର ହାଉସିଂ ବୋର୍ଡ ନିକଟରେ ରହୁଥିବା ଅବିନାଶ ଆଜି ଦିନ ବେଳା କେତେଜଣ ସାଙ୍ଗଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ ବୁଲିବାକୁ ଆସିଥିଲେ । ଏଠାରେ ଥିବା କେନାଲରେ ସେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସାଙ୍ଗମାନେ ଅବିନାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଅନୁଗୁଳ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ଯୁବକକୁ ବହୁ ସମୟ ଖୋଜାଖୋଜି କରିଥିଲେ । ଅପରାହ୍ନ ପ୍ରାୟ ୪ଟା ବେଳେ କେନାଲ ଭିତରୁ ଅବିନାଶଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ସଦର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । Advertisement
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର – ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର…
ବାଘୁଣୀ ସୁନ୍ଦରୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ – ହରିଶଙ୍କର ଉପାଧ୍ୟାୟ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ସାତକୋଶିଆରୁ ବାଘୁଣି ସୁନ୍ଦରୀ ବାନ୍ଧବଗଡ ଫେରିଯିବ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ…