ମୁଖ୍ୟ ଖବର ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ Angul OnlineJuly 2, 2021July 2, 2021 କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ ଯାଇ ଆସପଣ୍ଡ ପୋଖରୀରେ ସେ ବୁଡ଼ି ଯାଇଛନ୍ତି । ସୂଚନା ଅନୁସାରେ କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଶ୍ରୀକାନ୍ତ ନାଏକ ଏନଟିପିସି ଆସପଣ୍ଡ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ଆସପଣ୍ଡ ପୋଖରି ଭିତରେ ଏନଟିପିସି ରିଟନ ପାଇପ ପାଣିର ବେଗ କ୍ଷିପ୍ର ଥିବା ହେତୁ ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଖବର ପାଇ କଣିହାଁ ପୁଲିସ୍ ସହ ତାଳଚେର ଅଗ୍ନିଶମ ବିଭାଗ ପହଁଞ୍ଚି ନିଖୋଜ ଥିବା ବ୍ୟକ୍ତିକୁ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଠାବ କରା ଯାଇ ପାରି ନାହିଁ । Advertisement
ଆମ ହସ୍ପିଟାଲ ଯୋଜନାରେ ସାମିଲ ଦାବିରେ ଛେଣ୍ଡିପଦା ବନ୍ଦ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ କରିବା ଦାବିରେ ସୋମବାର ଛେଣ୍ଡିପଦା ବଂଦ…
ଚତୁର୍ଥୀ ଦିନ ପୁରୁଣା ପ୍ରେମିକ ସହିତ ବିବାହ ପାଇଁ ଜିଦ ଧରିଲେ ନୁଆଁ ବୋହୁ – ହଟହଟା ହେଲେ ଦୁଇ ପରିବାର ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ…
କୋଇଲା ବୋଝେଇ ଟ୍ରକରେ ନିଆଁ (ଭିଡିଓ) ଅନୁଗୁଳ – କୋଇଲା ବୋଝେଇ ଟ୍ରକ ରେ ନିଆଁ । ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ମିଳିଲା ରକ୍ଷା । ସୂଚନା ଅନୁସାରେ OR 19…