ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ

ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ତେବେ ଲୁଟର ଶିକାର ହୋଇଥିବା ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ଜଣା ପଡିଛି ସୂଚନା ଅନୁସାରେ ବିଦ୍ୟୁତ ବିଲ ଆଦାୟ କରୁଥିବା ଚିତ୍ତ ରଞ୍ଜନ ପାଣି ନାମକ ଜଣେ ଯୁବକ ବାଙ୍କଧରାରୁ  ତାଳଚେର ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ସମୟରେ ୨ ଜଣ ଯୁବକ ପଲସର ଗାଡ଼ିରେ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ନିକଟରେ ଥିବା ୮୨ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିବା ଅଭିଯୋଗ କରିଥିଲେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ଆଉ ଏହି ତଦନ୍ତ ବେଳେ ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ପୁଲିସ ଜାଣିବାକୁ ପାଇଛି । ସେ ବିଲ ଅଦାୟ କରିଥିବା ଟଙ୍କା ଖର୍ଚ୍ଚ କରି ଦେଇଥିବା ବେଳେ ନିଜକୁ ଡିପୋଜିଟରୁ ବର୍ତ୍ତେଇବା ପାଇଁ ଏଭଳି କରିଥିବା ପୁଲିସ କହିଛି

What’s your Reaction?
+1
2
+1
0
+1
1
+1
0
+1
5
+1
0
+1
0

Leave a Reply