ଆଞ୍ଚଳିକ ବଜ୍ରପାତରେ ଯୁବକ ମୃତ Angul OnlineAugust 31, 2021August 31, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ମାଛକୁଟା ବିଜୟ ସାହୁଙ୍କ ପୁଅ ୨୧ ବର୍ଷୀୟ ଲୋଚନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ବିଜୟ ସାହୁ ଗାଁ ପାଖରେ ଥିବା ବିଲକୁ ହଳ କରିବାକୁ ଯାଇଥିବା ବେଳେ ପୁଅ ଲୋଟନ ସକାଳ ସାଢେ ୮ଟା ବେଳେ ବାପାଙ୍କ ପାଇଁ ଖାଇବା ନେଇ ଦେଇଥିଲେ । ବାପା ବିଲରେ କାର୍ଯ୍ୟ କରୁଥିବା ଦେଖି ଲୋଟନ ବିଲ ହୁଡାରେ ବସି ବାପାଙ୍କୁ ଅପେକ୍ଷା କରିଥିଲା । ସେହି ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରପାତରେ ଲୋଟନ ଗୁରୁତର ହେବା ସହ ହୋଇ ଅଚେତ ହୋଇ ପଡିଯାଇଥିଲେ । ଏହା ଦେଖି ପରିବାର ଓ ସମ୍ପର୍କିୟ ଲୋକମାନେ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । Advertisement
ବସ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ମାଉସୀ ମା ‘ ମନ୍ଦିର ଛକରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି । କୁଶାସିଙ୍ଗା ଗାଁର କାଠ ମିସ୍ତ୍ରୀ ଭାବେ କାମ…
ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ – ୨ ଅଧ୍ୟକ୍ଷଙ୍କ ନାମରେ ରୁଜୁ ହେଲା ମାମଲା ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବଢ଼ି ଚାଲିଛି ଅସନ୍ତୋଷ । ରାଜ୍ୟ…
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…