ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବକ ମୃତ Angul OnlineJune 1, 2021June 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଜୟ କରଙ୍କ ପୁଅ ଅଜୟକାନ୍ତ କର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟକାନ୍ତ କର ଆଜି (ମଙ୍ଗଳବାର) ତାଙ୍କ ସାଙ୍ଗ ମାନଙ୍କ ସହିତ ଡେରଜାଙ୍ଗ ଡ୍ୟାମ୍ ନିକଟକୁ ଭୋଜି କରିବାକୁ ଯାଇଥିଲେ । ସେ ହସ ଖୁସିରେ ସାଙ୍ଗ ମାନଙ୍କ ସହ ଭୋଜି ଭାତ ଖାଇ ସାରି ଏକ ମୋଟରସାଇକେଲରେ ଫେରୁଥିଲେ । ସେ ଡେରଜାଙ୍ଗ ଡ୍ୟାମରୁ ଜାତୀୟ ରାଜପଥକୁ ବାହାରିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଜୟଙ୍କ ଘଟଣା ସ୍ଥଳରେ ମୃତ ହୋଇଥିଲା । ତାଙ୍କ ସହ ମୋଟରସାଇକେଲରେ ବସିଥିବା ବନ୍ଧୁଙ୍କର ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣା ପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ସ୍ୱାୟତ୍ତ ଶାସନ ପାଳନ ବେଳେ ପ୍ରଦୁଷଣକୁ ନେଇ ଚିନ୍ତା ପ୍ରକଟ କଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ସଭାଘରେ ଆୟୋଜିତ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଅନୁଗୁଳ ନଗରପାଳ…
ଜନ୍ମ ନେଲା ଅଦ୍ଭୁତ ବାଛୁରୀ – ପୂଜା କରୁଛନ୍ତି ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ଗାଇର ମାଲିକ ଯେ କେବଳ…