ମୁଖ୍ୟ ଖବର ହାତୀ ଆକ୍ରମଣରେ ଯୁବକ ମୃତ Angul OnlineOctober 29, 2021October 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ । ମୃତକ ଜଣଙ୍କ ପରା ଗ୍ରାମର ସୋମନାଥ ସାହୁ ବୋଲି ଜଣା ପଡିଛି । ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ ବାଇଗଣ ତୋଳି ଫେରୁଥିବା ବେଳେ ସୋମନାଥଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସୋମନାଥଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା l ତେବେ ଘଟଣା ସ୍ଥଳକୁ ବନ ବିଭାଗ ପହଞ୍ଚି ନଥିବାରୁ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ପରେ ବନ ବିଭାଗ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…
କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ…
ଠାକୁରଗଡରୁ ଯୁବକ ନିଖୋଜ , ବାଲିପଟ୍ଟାରୁ ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ୩ ଦିନ ତଳେ ଜଣେ ଯୁବକ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିବା ବେଳେ…