Uncategorized ଟ୍ରେନ ଭିତରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ – ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର Angul OnlineAugust 17, 2023August 17, 2023 ଅନୁଗୁଳ – ଟ୍ରେନ ଶୌଚାଳୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇଛି । ଆତ୍ମହତ୍ଯା ଉଦ୍ଯମ କରିଥିବା ବେଳେ ଗୁରତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀନାଳ ଗ୍ରାମର ପାନା ଖେସ ବୋଲି ଜଣା ପଡ଼ିଛି । ସେ ହାଇଦ୍ରାବାଦରେ କାମ କରୁଥିଲା ବେଳେ ସେ ତାଙ୍କ ଘରକୁ ଫେରୁଥିଲେ । ଭୁବନେଶ୍ୱରରୁ ରାଉଲକେଲା ଇଣ୍ଟରସିଟି ଟ୍ରେନର ଶୌଚାଳୟରେ ପଶି ଯାଇ କୌଣସି କାରଣରୁ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିବା ଜଣା ପଡ଼ିଛି । ଟ୍ରେନରେ ବସିଥିବା ଯାତ୍ରୀମାନେ ଏହା ଜାଣିବା ପରେ ବଇଣ୍ଡା ରେଳ ଷ୍ଟେସନରେ ପହଂଚିବା ପରେ ଯାତ୍ରୀ ମାନେ ରେଳବାଇ ପୋଲିସ ସହାୟତାରେ ଉଦ୍ଧାର କରି ସ୍ଥାନୀୟ ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପରେ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ତେବେ ସେ କାହିଁକି ଏଭଳି କରିଛନ୍ତି ତାହା ଜଣା ପଡି ନାହିଁ । Advertisement
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…
ମଲଟି ଡିସିପ୍ଲିନାରୀ ଟିମର ଚଢ଼ାଉ – ମଦ ଦୋକାନ , ହୋଟେଲ ସିଲ ଛେଣ୍ଡିପଦା – ଅନୁଗୁଳ ଉପ -ଜିଲାପାଳ ବୈତୁରା ଦୀପଙ୍କ ନିର୍ଦ୍ଦେଶରେ ସୋମବାର ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଛେଣ୍ଡିପଦା ଅଞ୍ଚଳରେ ଥିବା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ…
ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ବନ୍ତଳା ବନଖଣ୍ଡ ଶଙ୍ଖପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଶଙ୍ଖପୁର…