ମୁଖ୍ୟ ଖବର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ Angul OnlineJuly 1, 2021July 1, 2021 ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ସରଧାପୁର ଗ୍ରାମର ଟିକନ ମହାନ୍ତି ବୋଲି ଜଣା ପଡିଛି । ସୂଚନା ଅନୁସାରେ ଟିକନ ରେଙ୍ଗାଳି ଗାଁ ରେ ଥିବା ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧେଇବା ସମୟରେ ଗୋଦା ଖସି ଯିବାରୁ ନଦୀର ପ୍ରଖର ସ୍ରୋତ ଭାସି ଯାଇଥିଲେ । ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ । ତେବେ ଖବର ଲେଖାଯିବା ଯାଏ ଉଦ୍ୟମ ଜାରି ରଖା ଯାଇଥିବା ବେଳେ ଟିକନଙ୍କୁ ଠାବ କରାଯାଇ ପାରି ନାହିଁ । Advertisement
ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା…
ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି ।…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…