ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି  ରେଳ ଧାରଣା ଉପରେ ପଡିଥିବାର ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତାଳଚେର ଓ ରେଳବାଇ ପୋଲିସ ପହଁଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ପକେଟ କିମ୍ବା ପାରିପାର୍ଶ୍ଵିକ ଅଞ୍ଚଳରୁ ସେଭଳି କିଛି ମିଳି ନଥିବାରୁ ମୃତକ କିଏ ଏବଂ କିଭଳି ମୃତ୍ୟୁ ହେଲା ତାହା ଜଣା ପଡି ନାହିଁ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply