ଅପରାଧ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ହତ୍ୟା କଲା ସାନଭାଇ Angul OnlineSeptember 2, 2023September 2, 2023 ପାଲଲହଡା – ଜମି ଜମା ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ I ଏଭଳି ବିଭତ୍ସ ହତ୍ୟା କାଣ୍ଡ ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ଘଟିଛି I ସୂଚନା ଅନୁସାରେ ପଦାପଶି ଗ୍ରାମର ଖଜୁରୀ କିସାନ ଓ ସାନଭାଇ ଲୋକନାଥ କିସାନ ମଧ୍ୟରେ ଦୀର୍ଘଦିନ ହେବ ଜମି ବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା I ତେବେ ଗତକାଲି ବିଳମ୍ବିତ ରାତିରେ ଖଜୁରୀ କିସାନ ନିଜ ଘରେ ଖଟରେ ଶୋଇଥିବା ବେଳେ ସାନ ଭାଇ ଲୋକନାଥ କିସାନ ଏକ ଧାରୁଆ ଟାଙ୍ଗିଆରେ ଖଜୁରୀ କିସାନର ବେକ କାଟି ହତ୍ୟା କରିଥିଲା I ପରେ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଜୁରୀ କିସାନକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ I ଅନ୍ୟପଟେ ହତ୍ୟାକାରୀ ସାନଭାଇ ଖମାର ଥାନାରେ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି I ଏ ବାବଦରେ ଖମାର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି I Advertisement
ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି…
୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ…
ବନବିଭାଗରେ ଭିଜିଲାନ୍ସର ଛାନଭିନ – ଖୋଜୁଛି ବାଉଁଶ ବୁଦା ଅନୁଗୁଳ – ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଅ ଯାଇଛି । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ…