ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ କଟୁରୀ ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଚାଙ୍ଗୁଡିଆ ଗ୍ରାମର ଚିକୁନ ମାଝି । ସୂଚନା ଅନୁସାରେ ଚାଙ୍ଗୁଡିଆ ଗାଁର ଚତୁର୍ଭଜ ମାଝିଙ୍କ ସହ ସକାଳେ ଚିକୁନ ମାଝି ଓ ତାଙ୍କ ପରିବାର ସହ ପୂଜା ମଣ୍ଡପକୁ ନେଇ ବଚସା ହୋଇଥିଲା । ତେବେ ସନ୍ଧ୍ୟାରେ ଗ୍ରାମରେ କାଳୀପୂଜା ଭଷାଣି ପାଇଁ ଚିକୁନୁ ମା’ଙ୍କ ମେଢ଼ ସାଜ୍ଜସଜ୍ଜା ସାରି ଘରକୁ ଡ୍ରେସ ବଦଳିବା ପାଇଁ ଆସିଥିଲେ । ତେବେ ଘର ଆଗରେ ଚିକୁନ ବସିଥିବା ବେଳେ ହଠାତ ଚତୁର୍ଭୁଚ ମଦ୍ୟପାନ କରି ଚିକୁନଙ୍କୁ ପଛରୁ ଏକ କଟୁରିରେ ହାଣି ଦେଇଥିଲା । ଏହା ଦେଖି ତୁରନ୍ତ ପରିବାର ଲୋକ ଚିକୁନଙ୍କୁ ମୂମୁର୍ଷୁ ଅବସ୍ଥାରେ ଏକ ମୋଟରସାଇକେଲରେ କୋଶଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ଡାକ୍ତର ଚିକୁନଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ଛେଣ୍ଡିପଦା ପୁଲିସ ଚାଙ୍ଗୁଡିଆ ଗ୍ରାମର ଘଟଣା ସ୍ଥଳରେ ପହଁଚି ହତ୍ୟାକାଣ୍ଡ ଘଟାଇଥିବା ଚତୁର୍ଭୁଜକୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
1
+1
1
+1
1
+1
3