ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ Angul OnlineAugust 15, 2024August 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଦଲାଲଙ୍କ କାର୍ଯ୍ୟ ବଢୁ ଥିବା ଅଭିଯୋଗ ହେଉଛି । କିଛି ଦିନ ହେଲା ଜଣେ ଯୁବକ ପ୍ରସୂତି ବିଭାଗକୁ ଯାଇ ବିଭିନ୍ନ ଲୋକଙ୍କ ସହ କଥା ବାର୍ତ୍ତା ହେଉଥିବା ସୁରକ୍ଷାକର୍ମୀ ଏବଂ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ନଜରରେ ଆସିଥିଲା । ଆଜି ଜଣେ ଯୁବକ ଜଣଙ୍କ ପ୍ରସୂତି ବିଭାଗ ଅଞ୍ଚଳରେ ବୁଲୁଥିବା ବେଳେ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ଲିପୁନ ଏବଂ ସୁଶିଲ ଯୁବକ ଜଣଙ୍କୁ ଧରି କଣ ପାଇଁ ଏହି ଅଞ୍ଚଳରେ ବୁଲୁଛ ବୋଲି ପଚାରି ଥିଲେ । ଯୁବକ ଜଣଙ୍କ ସାଙ୍ଗ ଠାରୁ ପଇସା ନେବାକୁ ଅପେକ୍ଷା କରିଛି ବୋଲି କହିଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ପୁଲିସ କୁ ଖବର ଦେବାକୁ କହିବାରୁ ଯୁବକ ଜଣଙ୍କ ଗର୍ଭବତୀ ମହିଳାଙ୍କୁ ଏକ ଘରୋଇ ନର୍ସିଂ ହୋମ୍ କୁ ନେବାପାଇଁ ପ୍ରବର୍ତ୍ତାଉ ଥିବା କଥା ମାନି ଯାଇଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ଯୁବକଙ୍କୁ ଚିକିତ୍ସାଳୟ ଫାଣ୍ଡି ଜିମାରେ ଦେଇଥିଲେ। ଯୁବକ ଜଣଙ୍କ ଟାଉନ୍ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ଅଞ୍ଚଳର ବୋଲି ଜଣା ପଡିଛି । Advertisement
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
କୂଅରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର…
ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲା ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ , କଟରଙ୍ଗ ସେକ୍ସନ, ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି…