ଅପରାଧ ଜିଲ୍ଲାପାଳଙ୍କ ନାମରେ ଫେକ କଲ କରି ଯୁବକ ଗିରଫ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ କଲେକ୍ଟର କହୁଛି । ତୁମ ବ୍ଳକର ଜଣେ ଜେଇଙ୍କ ବଦଳି ଅନୁଗୁଳ ଜିଲ୍ଲାକୁ ହୋଇଛି । ତାହା ବାତିଲ କର । ଜୟପୁର ବିଡିଓଙ୍କୁ ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଏଭଳି ଫେକ୍ କଲ୍ କରି ଫସିଛି ଜଣେ ଯୁବକ । ସେ ହେଲା ସଦର ବ୍ଳକ ବଡ଼ଜିଉନାର ସୁନ୍ଦ ସୁନ୍ଦର ଓରଫ ସୁଦର ବାରିକ(୨୫) । ତାକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଗତ ୧୫ ତାରିଖ ରାତିରେ ବିଡିଓ ଶକ୍ତି ମହାପାତ୍ରଙ୍କଙ୍କ ମୋବଇଲ୍ ଫୋନ୍କୁ ଏକ କଲ୍ ଆସିଥିଲା । ଅନୁଗୁଳ କଲେକ୍ଟର ବୋଲି ଟୃ କଲର୍ ଦେଖାଇଥିଲା । କଲ୍ ରିସିଭ୍ କରିବାରୁ ଶୁଭିଥିଲା ହେଲୋ…ମୁଁ ଅନୁଗୁଳ କଲେକ୍ଟର କହୁଛି । ଶ୍ରୀ ମହାପାତ୍ର ଯଥା ସମ୍ମାନ ଦେଇ ହଠାତ ଫୋନ୍ର କାରଣ ପଚାରିଥିଲେ । ଯୁବକ ଜଣକ କହିଥିଲା, ବ୍ଲକ ଜେଇଙ୍କ ବଦଳି ବାତିଲ ହେବା ଦରକାର । ଜେଇଙ୍କ ବଦଳି ବାତିଲ ଲାଗି ଜଣେ କଲେକ୍ଟର କାହିଁକି ଫୋନ୍ କରିବେ ବୋଲି ଶ୍ରୀ ମହାପାତ୍ର ଭାବିଥିଲେ । କଥାବାର୍ଭା ବେଳେ ସନ୍ଦେହ ବଢ଼ିଥିଲା । ବର୍ତ୍ତମାନର ଅନୁଗୁଳ କଲେକ୍ଟର (ଅବଦଲ ମହମ୍ମଦ ଅଖତର୍) ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଥିଲେ । ତାଙ୍କ କଣ୍ଠସ୍ବର ଭଳି ଶୁଭିନି ବୋଲି ବିଡିଓ କହିଥିଲେ । ଏହାର ଚଟାପଟ ଉତ୍ତର ଦେଇ ତଣ୍ଟି ଖରାପ ଥିବାରୁ ଏଭଳି ଶୁଭୁଥିବା ଯୁବକ ଜଣକ କହିଥିଲା । ଫୋନ୍ କଟିବା ପରେ ବିଡିଓ ଶ୍ରୀ ମହାପାତ୍ର ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅଖତରଙ୍କୁ ଯୋଗାଯୋଗ କରି ସମସ୍ତ ବିଷୟ କହିଥିଲେ । ଫେକ୍ କଲ୍ ସ୍ପଷ୍ଟ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଡିଓ । ପୁଲିସ ମାମଲା ରୁଜୁ କରି ନମ୍ବର ଯାଞ୍ଚ୍ ବେଳେ ଅଭିଯୁକ୍ତ ବଡ଼ଜିଉନାର ସୁନ୍ଦର ବୋଲି ସ୍ପଷ୍ଟ ହୋଇଥିଲା । ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଲୁହା ରଡ ସହ ଗାଡି ଚୋରି ଘଟଣା – ୨ ଗାଡି ଜବତ, ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ ଯାଉଥିବା ଏକ ଟ୍ରକ କୁ ପୁଲିସ ଜବତ କରିଛି…
ନିର୍ବାହୀ ଅଧିକାରୀଙ୍କ ସମ୍ପର୍କରେ ଅଶ୍ଳୀଳ ପୋଷ୍ଟର ବାଣ୍ଟି ବନ୍ଧା ହେଲେ ପୌର କର୍ମଚାରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ନିର୍ବାହୀ ଅଧିକାରିଣୀଙ୍କ ସମ୍ପର୍କରେ ଅଶ୍ଳୀଳ ପ୍ରଚାରପତ୍ର ବାଣ୍ଟିବା ଅଭିଯୋଗରେ ପୁଲିସ ପୌରପାଳିକାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି…
ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ…