ଅପରାଧ ମଦ ପିଇବାକୁ ବଟି ନ ଦେବାରୁ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା Angul OnlineSeptember 15, 2024September 15, 2024 ଆଠମଲ୍ଲିକ – କରମା ପୂଜାରେ ଏକ ଅଘଟଣ ଘଟି ଯାଇଛି । ସୂଚନା ଅନୁସାରେ କିଶୋରନଗର ଅଞ୍ଚଳର ବରଷା ମିର୍ଦ୍ଧା (୨୫) ଏବଂ ଅନୁଗୁଳ ଅଞ୍ଚଳର ବାପୁନ ବେହେରା ଆଠମଲ୍ଲିକ ସହରକୁ କରମା ପୂଜା ଦେଖି ଯାଇଥିଲେ । ଉଭୟ ଆଠମଲ୍ଲିକ ଗାନ୍ଧୀ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ରେ ସନ୍ଧ୍ୟା ପ୍ରାୟ ୭.୩୦ ବେଳକୁ ଅଟକି ଥିଲେ । ବାପୁନଙ୍କ ଅଭିଯୋଗ ଅନୁଯାଇ ଉଭୟ ମଦ କିଣିବାକୁ ଟଙ୍କା ଦେଇ ନିକଟସ୍ଥ ଏକ ଜଳଖିଆ ଦୋକାନରେ ବସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକ ତାକୁ ଟଙ୍କା ମାଗିଥିଲେ । ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହ ମାରପିଟ ହୋଇଥିଲା । ମଦ କିଣିବାକୁ ଯାଇଥିବା ବରଷା ଆସିବା ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଅପର ପକ୍ଷର ଜଣେ ଯୁବକ ପାଖରେ ରଖିଥିବା ଛୁରୀରେ ବରଷାଙ୍କ ପେଟ କୁ ଭୂଷି ଦେଇଥିଲେ । ପ୍ରାଣ ବିକଳରେ ସେ ଦୌଡ଼ି ପଳାଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ଏକ ଖାଲି ମଦ ବୋତଲ ମୁଣ୍ଡରେ ପିଟି ଦେଇଥିଲେ । ଯାହା ଫଳରେ ବରଷା ରକ୍ତ ଜୁଡୁବୁଡୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ପଟେ ଆଠମଲ୍ଲିକ ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ବିଦ୍ୟାଳୟ କୋଠରୀ ଭିତରୁ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୁଶକିଳା ପଂଚାୟତ ପାଖରେ ଥିବା ପରିତ୍ୟକ୍ତ ପ୍ରାଥମିକ ବିଦ୍ୟାଳୟ କୋଠରୀ ଭିତରୁ ପୁଲିସ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ…
ଓଟିପି ମାଗି ୨୫ ହଜାର ଲୁଟିନେଲେ ତାଳଚେର – ଅନୁଗୁଳ ଜିଲ୍ଲାରେ ସାଇବର ଠକ ମାନେ ଜଣଙ୍କ ପରେ ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜାଲରେ ଫସାଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ…
ଭୁଜାଲି ଦେଖାଇ ଲୁଟିନେଲେ ତିନି ଲକ୍ଷ ଟଙ୍କା ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୁରରେ ଭୁଜାଲୀ ଦେଖାଇ ତିନି ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ଵୃତ୍ତ । ସୂଚନା…