ଅପରାଧ ଶୀତଲ ପ୍ଲାଜାରେ ଦୋକାନୀକୁ ଆକ୍ରମଣ କରିଥିବା ଯୁବକ ଗିରଫ Angul OnlineSeptember 10, 2024September 10, 2024 ଅନୁଗୁଳ – ଅନୁଗୁଳ ସହର ଶୀତଲ ପ୍ଲାଜାରେ ଗତକାଲି ଦୋକାନରେ କାଣ୍ଟିନ ଧଳ ନାମକ ଜଣେ ଯୁବକ ବସିଥିବା ବେଳେ ପିଣ୍ଟୁ କୁମାର ସାହୁ ନାମକ ଜଣେ ଯୁବକ ହଠାତ ଆସି ଭୁଜାଲିରେ ଆକ୍ରମଣ କରିଥିଲା । ଯାହା ଫଳରେ କାଣ୍ଟିନ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଅନୁଗୁଳ ପୁଲିସ ପିଣ୍ଟୁକୁ ଗିରଫ କରିଛି । ଅନୁଗୁଳ ଥାନା ଅଧିକାରୀ ଧୀରେଶ କମାର ଦାସ ଦେଇଥିବା ସୂଚନା ଅନୁସାରେ ପିଣ୍ଟୁର ଘର ମୂଷାପାପୁଲି ହୋଇଥିବା ବେଳେ ସେ ଶୀତଲ ପ୍ଲାଜାରେ ଏକ ମୋବାଇଲ ମରାମତି ଦୋକାନ ଦେଇଛି । ସେହି ନିକଟରେ ହେମସୁରପଡା ନାଖରାସାହିର କାଣ୍ଟିନ ଧଳା ମଧ୍ୟ ମୋବାଇଲ ମରାମତି ଦୋକାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ବ୍ଯବସାୟିକ ଶତ୍ରୁତା ଥିଲା । ତେବେ କିଛି ଦିନ ତଳେ ପିଣ୍ଟୁ ଦୋକାନ ଦେଇଥିବା ଘରର ମାଲିକ ପିଣ୍ଟୁକୁ ଦୋକାନ ଛାଡିବାକୁ କହିଥିଲେ । ତେବେ ଏହା ପଛରେ କାଣ୍ଟିନ ହାତ ଅଛି ବୋଲି ପିଣ୍ଟୁ ଭାବି ନେଇଥିଲା । ଆଉ ଏଥିପାଇଁ କାଣ୍ଟିନକୁ ମାରିଦେବା ପାଇଁ ଏକ ଚାପଡାରେ କାଣ୍ଟିନକୁ ଆକ୍ରମଣ କରିଥିଲା । ପୁଲିସ ଏହି ଘଟଣାରେ ପିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ନିକଟରୁ ଏକ ମୋଟରସାଇକେଲ , ଚାପଡା ଓ ଏକ ମୋବାଇଲ ଫୋନ ଜବତ କରିଛି । Advertisement
ଜେଲ ସାମନାରୁ ଚୋରୀ – ସିସି ଟିଭିରେ କଏଦ ହେଲା ଚୋରର କାରନାମା ଅନୁଗୁଳ – ଅନୁଗୁଳ ସଦର ମହକୁମା ଜେଲ ଛକରୁ ସାଇକେଲ ଚୋରୀ । ରାସ୍ତାରେ ଯାଉଥିବା ବେଳେ ସାଇକେଲ ଥୁଆ ହୋଇଥିବା ଦେଖି ମଉକାର ଫାଇଦା ଉଠାଇ…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
କ୍ରେଡ଼ିଟ୍ କାର୍ଡ଼ ଆକ୍ଟିଭ କରିବା ଆଳରେ ଟଙ୍କା ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ ଆକ୍ଟିଭ କରିବା ଆଳ ଦେଖାଇ ଜଣେ ବ୍ୟକ୍ତିଙ୍କ…