ଆଞ୍ଚଳିକ ହୋଲି ଖେଳି ତଣ୍ଡ ଗଣିଲେ ଯୁବକ Angul OnlineMarch 29, 2021March 29, 2021 କିଶୋରନଗର – ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲି ଖେଳ ଉପରେ କଟକଣା ଲଗାଇଥିଲେ । ତେବେ ଅନୁଗୁଳ ଜିଲାର ବିଭିନ୍ନ ସ୍ଥାନରେ କିଛି ଅମାନିଆ ଏହି କଟକଣାକୁ ଖାତିର କରି ନଥିଲେ । ତେବେ ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରେ ସର୍ବସାଧାରଣରେ କଟକଣା ଭଙ୍ଗ କରି ହୋଲି ଖେଳୁଥିବା ଅଭିଯୋଗରେ ତହସିଲ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଟକଣା ଭଙ୍ଗ କରି ହୋଲି ଖେଳୁଥିବା ପ୍ରାୟ ୨୦ ଜଣଙ୍କ ଠାରୁ ୨୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । Advertisement
ଗଣପତି ପୂଜା କମିଟି (ଖ) ର ନିଆରା ପ୍ରୟାସ – କୋଭିଡ ଟୀକା କରଣର ସ୍ବତନ୍ତ୍ର ଶିବିର ତାଳଚେର – ତାଳଚେର ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ହାଟତୋଟାସ୍ଥିତ…
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…
ବଦଳିଲେ ୫ ବିଡିଓ ଅନୁଗୁଳ – ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପକ୍ଷରୁ ଓ.ଏ.ଏସ. ସ୍ତରରେ ଅଦଳବଦଳ ହୋଇଛି । ଏ ନେଇ ଏକ ନିର୍ଦେଶନାମା ଜାରି…