ଆଞ୍ଚଳିକ ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ Angul OnlineMay 10, 2023May 10, 2023 ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ସଦରମହାକୁମାର ଡାକ୍ତରଖାନାକୁ ମୋ ହସପିଟାଲରେ ସାମିଲ କରାଯାଇଥିବା ବେଳେ ଛେଣ୍ଡିପଦାର କୋଶଳା ଡାକ୍ତରଖାନାକୁ ଏଥିରେ ସାମିଲ କରାଯାଇଛି । ଆମ ହସପିଟାଲ ପାଇଁ ଯେଉଁ ମାପଦଣ୍ଡ ରହିଛି ତାହା ଛେଣ୍ଡିପଦା CHC ରେ ସବୁ ଯୋଗ୍ୟତା ଥିବା ବେଳେ ଏହାକୁ ଆମ ହସପିଟାଲ ଯୋଜନାରେ ସାମିଲ ନ କରିବା ଯୋଗୁଁ ଗତ ୨୧ ଦିନ ହେଲା ଆନ୍ଦୋଳନ କରା ଯାଉଛି । ଆନ୍ଦୋଳନକାରୀଙ୍କର ତହସିଲଦାର , ଜିଲ୍ଲାପାଳ ସହ ବାରମ୍ବାର ଆଲୋଚନା କରାଯାଇଥିବା ସତ୍ୱେ କୌଣସି ସୁଫଳ ମିଳି ପାରି ନାହିଁ । ଏହି ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ଏପରିସ୍ଥଳେ ଆଜି ଅନୁଗୋଳ ଠାରେ ୫୫ ତମ ଜିଲ୍ଲା ପରିଷଦ ବୈଠକକୁ ଯଶୋବନ୍ତ ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦା ବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି । Advertisement
କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ଟେକ୍ସଟାଇଲ ତାଳଚେର – କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ତାଳଚେର ନୁଆଁ ବଜାରସ୍ଥିତ ଜଗନ୍ନାଥ ଟେକ୍ସଟାଇଲକୁ ଆଜି ପ୍ରଶାସନ ସିଲ୍ କରିଛି । ଏହି ଦୋକାନ କୋଭିଡ…
ହିଡିସିଙ୍ଗ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି । ଏହି…
କୋଇଲା ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ୨ ନମ୍ବର ସାଇଡିଂ ଠାରେ କୋଇଲା ଵୋଝେଇ ହାଇୱା ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି…