ସାଂସଦଙ୍କ ବାସଭବନରୁ ଚୋରି

ସାଂସଦଙ୍କ ବାସଭବନରୁ ଚୋରି

ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋଟିଏ L C D ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ ଚୋରି କରି ନେଇଛନ୍ତି । ଏ ନେଇ ଶନିବାର ପାଲଲହଡ଼ା ଥାନାରେ ଅଭିଯୋଗ ହୋଇଛି  ସୂଚନା ଅନୁସାରେ ଉକ୍ତ ଘରେ ଗଗନ ବେହେରା ନାମକ ଜଣେ ଯୁବକ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ  ଗଗନ ଜଣେ ବୋଲେରୋ ଚାଳକ ଏବଂ ସେ ଆଜକୁ ୭ ଦିନ ହେବ ସେଠାରେ ଅନୁପସ୍ଥିତି ଥିବା ଜଣାପଡିଛି  ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଭିତରେ ପଶିବା ସହ ଚୋରି କରି ଫେରାର ହୋଇ ଯାଇଛି ତେବେ ରାତ୍ର ଜଗୁଆଳ ଗଗନ ଅନୁପସ୍ଥିତ  ସମ୍ପର୍କରେ ସେ ସାଂସଦଙ୍କ ପ୍ରତିନିଧିଙ୍କୁ ଜଣାଇନଥିବା ସାଂସଦଙ୍କ ପ୍ରତିନିଧି ସଂଜୀବ ବେହେରା ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ପ୍ରତିନିଧି ଶ୍ରୀ ବେହେରା ପାଲଲହଡା ଥାନାରେ  ଏକ ଅଭିଯୋଗ କରିବା ପରେ ପାଲଲହଡା ଥାନା ଅଧିକାରୀ କିଶୋର ସାମଲ , ସାଂସଦଙ୍କ ବାସଭବନରେ ପହଞ୍ଚି ତଦନ୍ତ କରିଛନ୍ତି । 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply