ଅନୁଗୁଳ – ଅନୁଗୁଳ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହରେ କରୋନା ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହର ୩୧ ଅନ୍ତେବାସୀ ପଜେଟିଭ ହୋଇଥିବା ଗତ ୪ ଦିନ ତଳେ ଜଣା ପଡିଥିଲା । ଅନୁଗୁଳ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହର ସୁପରିଟେଣ୍ଡ ଅମିର କୁମାର ନାଥ ଶର୍ମାଙ୍କ ସୂଚନା ଅନୁସାରେ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହରେ ମୋଟ ୧୧୪ ଅନ୍ତେବାସୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିଲେ । ତେବେ ଏହି ୩୧ ଜଣଙ୍କ ପାଖରେ କାହାର କୌଣସି ଲକ୍ଷଣ ନଥିବା ବେଳେ ସମସ୍ତ ସଂକ୍ରମିତଙ୍କୁ ସ୍ଵତନ୍ତ୍ର ଗୃହରେ ରଖାଯାଇ ଆନୁଷଙ୍ଗିକ ଚିକିତ୍ସା କରାଯାଉଥିଲା । ତେବେ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସ୍ୱାସ୍ଥ୍ୟ ପ୍ରଶାସନକୁ ଚିଠି ଲେଖି ହଷ୍ଟେଲ ଭିତରେ କୋଭିଡ କେୟାର ସେଣ୍ଟର ଖୋଲିବାକୁ କହିଛନ୍ତି । ଯାହାକି ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହ ଅନ୍ତେବାସୀଙ୍କ କୋଭିଡର ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହେବ । ନିରାପଦ ଓ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା କରା ଯାଇଥିବା ବେଳେ ଅନ୍ତେବାସୀଙ୍କୁ ଆକ୍ରାନ୍ତ ମାନଙ୍କୁ ପୃଥକ କରି ପରୀକ୍ଷା ଏବଂ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଏହି ସୁବିଧା ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1