ଅପରାଧ ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ Angul OnlineJanuary 16, 2022January 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ମାସ ୨ ତାରିଖ ରାତିରେ ୩ ଜଣ ଦୁର୍ବୃତ୍ତ ୨ ଟି ମୋଟରସାଇକେଲରେ ଆସି ଟିଟିପିଏସ ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଭିତରକୁ ଧସେଇ ପଶିଥିଲେ । ସେମାନେ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ଠାରୁ ୯୦ ହଜାର ଟଙ୍କା ନଗଦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ , ୪ ଟି ମଦ ବୋତଲ ନେଇ ପଳାଇ ଯାଇଥିଲେ । ଯିବା ପୂର୍ବରୁ କର୍ମଚାରୀ ମାନଙ୍କୁ ମାଡ ମାରିବା ସହ ସିସି ଟିଭିର ତାର କାଟିଦେଇ ପଳାଇ ଥିଲେ । ତେବେ ଏ ନେଇ ସେହିଦିନ ମଦ ଦୋକାନ କର୍ମଚାରୀ କୁମୁଦ ରଞ୍ଜନ ସାମଲ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ , ୧୦ ହଜାର ୫୦୦ ଟଙ୍କା ଓ ଗୋଟିଏ ମୋଟରସାଇକେଲ ଜବତ କରା ଯାଇଛି । Advertisement
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…