ପୂଜା ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ତିନି ଗିରଫ

ପୂଜା ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ତିନି ଗିରଫ


ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗାଁରେ କାଳୀପୂଜା ପାଇଁ ବିଭିନ୍ନ ଯାନବାହାନରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଛେଣ୍ଡିପଦା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିପଟ୍ଟା ଗ୍ରାମରେ ବେଆଇନ ଚାନ୍ଦା ଆଦାୟ ହେଉଥିବା ପୁଲିସ କଣ୍ଟ୍ରୋଲ ରୁମରୁ ଖବର ପାଇଥିଲେ । ଖବର ପାଇ ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଁଚି କିଛି ଯୁବକ ଲାଠି ଧରି ଟ୍ରକରୁ ଚାନ୍ଦା ଆଦାୟ କରୁଥିବା ଦେଖିବାକୁ ପାଇଥିଲେ । ପୁଲିସକୁ ଦେଖି ଯୁବକ ମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ବାଲିପଟ୍ଟା ଗ୍ରାମର ଉମାକାନ୍ତ ପ୍ରଧାନଙ୍କୁ କାବୁ କରିଥିଲା । ଉମାକାନ୍ତଙ୍କୁ ପଚରାଉଚରା କରିବା ପରେ ସେମାନେ ଚାନ୍ଦା ଆଦାୟ କରୁଥିବା ସ୍ୱିକାର କରିଵା ସହିତ ସାଥି ମାନଙ୍କ ନାମ ପ୍ରକାଶ କରିଥିଲେ । ପୁଲିସ ଉମାକାନ୍ତଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ ହୋଇଥିବା ୨୧୬୦ ଟଙ୍କା ଜବତ କରିଥିଲେ । ବେଆଇନ ଚାନ୍ଦା ଆଦାୟ କରୁଥିବା ନେଇ ପୋଲିସ ଛେଣ୍ଡିପଦା ଥାନା କେସ ନଂ ୪୫୬/୨୩ରେ ଏକ ମାମଲା ରୁଜୁ କରିଵା ସହିତ ଉକ୍ତ ଘଟଣାର ତଦନ୍ତ କରି ଉମାକାନ୍ତ ପ୍ରଧାନ , ସୁଧାକର ଦେହୁରୀ ଓ ତପନ କୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
0

Leave a Reply