ଛିନତାଇ ଗ୍ୟାଙ୍ଗର ଦୁଇ ମୁଖ୍ୟଙ୍କ ସମେତ ତିନି ଗିରଫ

ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ୮ ତାରିଖରେ ଏଫ ସି ଆଇ ରୁ ଫେରୁଥିବା ବେଳେ ଏକଘରିଆ ନିକଟରେ ଲିପ୍ସିତା ଦାସ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଦୁର୍ବୃତ୍ତ ମୋଟରସାଇକେଲରେ ଫେରାର ହୋଇ ଯାଇଥିଲେ । ସେହିଭଳି ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ସରିତା ବିଶ୍ବାଳଙ୍କ ଠାରୁ ଅନୁଗୁଳ ହାଟ ନିକଟରୁ , ଜାନୁଆରୀ ୨୫ ତାରିଖରେ ଅନୁଗୁଳ ପିଟିସି ଅଫିସର କଲୋନୀ ସାମ୍ନା ରାସ୍ତାରେ ବନିତା ବେହେରାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୃତ୍ତ । ଏ ସବୁ ଅଭିଯୋଗ ପୁଲିସ ନିକଟରେ ହେବା ପରେ ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ବରେ ଏକ ଟିମ ସି ସି ଟିଭି ଯାଞ୍ଚ କରିବା ସହ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଆସ୍କା ଅଞ୍ଚଳର ଗଣେଶ ଦାସ ଓ ଏ ଅର୍ଜୁନ ନାମକଙ୍କୁ ଧରିବାରେ ସଫଳ ହୋଇଥିଲା । ଉଭୟ ଛିନତାଇ କରିଥିବା ମାନି ନେଇଥିବା ବେଳେ ଆସ୍କାର ଏ ତାରିଣୀ ଆଚାରୀ ନାମକ ଜଣେ ବ୍ୟକ୍ତି ପାଖରେ ବିକ୍ରି କରୁଥିଲେ ବୋଲି ମଧ୍ୟ ସ୍ଵୀକାର କରିଥିଲେ । ପୁଲିସ ତାରିଣୀଙ୍କ ଦୋକାନରେ ଚଢାଉ କରି ସୁନା ତରଳାଇବା ମେସିନ ଜବତ କରିଥିଲା । ଏହା ସହ ତା ନିକଟରୁ ୮୨୦୦ ଟଙ୍କା , ୧୦.୯ ଗ୍ରାମ ତରଳା ଯାଇଥିବା ସୁନା , ଗୋଟିଏ ସୁନା ଚେନ , ଦୁଇ ଲକେଟ , ମ୍ନଗଳସୁତ୍ର , ଏକ ଯୋଡି ଝରା , ତିନୋଟି ମୋବାଇଲ ଫୋନ , ଗୋଟିଏ ମୋଟରସାଇକେଲ ଜବତ କରା ଯାଇଛିଇ । ଗିରଫ ତିନି ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚଲାଣ କରା ଯାଇଥିବା ଏସ ଡି ପି ଓ ରାମାକାନ୍ତ ମାହାଳିକ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *