ଛେଣ୍ଡିପଦା-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୁଲିସ ସଫଳ ହୋଇଛି । ଏହି ଡକାୟତ ଗ୍ୟାଙ୍ଗ ଅନୁଗୁଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ପାଣିକୋଇଲି ଅଞ୍ଚଳରେ ଡକାୟତ କରିଥିବା ବେଳେ ଛେଣ୍ଡିପଦା ପୁଲିସ ହାବୁଡ଼ରେ ପଡିଛି । ଏହି ଡକାୟତ ମାନେ ଅନୁଗୁଳ ଜିଲ୍ଲାର ୧୪ଟି ସ୍ଥାନରେ ଡକାୟତ କରିବା ସହିତ ୧୯ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିଥିବା ପୁଲିସ ଜାଣିବାକୁ ପାଇଛି l ଡକାୟତ ଗ୍ୟାଙ୍ଗ ମଧ୍ୟରୁ ୩ଜଣ ଡକାୟତଙ୍କୁ ନେଇ ପୁଲିସ ସିନରିକ୍ରିଏସନ ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି l
ସୂଚନା ଅନୁସାରେ ଜାନୁୟାରୀ ୯ ତାରିଖ ସନ୍ଧ୍ୟାରେ ଛେଣ୍ଡିପଦା ଥାନା କମ୍ପସଲା ଗାଁରେ ଥିବା ଜନ ସେବାକେନ୍ଦ୍ର ପରିଚାଳକ ଜିତେନ୍ଦ୍ର ସାହୁଙ୍କ ଠାରୁ ଭୁଜାଲିରେ ହାଣି ବନ୍ଧୁକ ଦେଖାଇ ୪୯ ହଜାରରୁ ଉର୍ଦ୍ଧ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ କାଗଜ ପାତ୍ର ଲୁଟ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ l ଏନେଇ ଥାନାରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ପୁଲିସ ୨ ଟି ଡକାୟତ ଗାଙ୍ଗ ଠାବ କରିବା ସହିତ ଉକ୍ତ ଗ୍ୟାଙ୍ଗରେ ୭ ଜଣ ଆନ୍ତଃଜିଲ୍ଲା ଡକାୟତ ଥିବା ଜାଣିବାକୁ ପାଇଥିଲା l ଏନେଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଡକାୟତଙ୍କୁ କାବୁ କରିବାରେ ସଫଳ ହେଵା ସହିତ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲା l ପଚରା ଉଚରା ବେଳେ ସେମାନେ ପୁଲିସ ଆଗରେ କ୍ଷୀରୋଦ ନାଏକ ଗ୍ୟାଙ୍ଗ ଓ ସୁଶାନ୍ତ ନାଏକ ଗ୍ୟାଙ୍ଗ ଥିବା ଜାଣିବାକୁ ପାଇଥିଲେ l କ୍ଷୀରୋଦ ଗ୍ୟାଙ୍ଗରେ ୫ଜଣ ସଦସ୍ୟ ଥିବା ବେଳେ ସୁଶାନ୍ତ ନାଏକ ଗ୍ୟାଙ୍ଗରେ ଅଛନ୍ତି ୨ଜଣ ସଦସ୍ୟ l ଏହି ଦୁଇ ସଦସ୍ୟ ଅନୁଗୁଳ ଜିଲ୍ଲାର ୧୧ଟି ଥାନା ଓ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ ଆଦି ଥାନାର ବିଭିନ୍ନ ଅଞ୍ଚଳରେ ଡକାୟତି କରିଥାନ୍ତି l ଛେଣ୍ଡିପଦା ପୁଲିସ କାବୁ କରିଥିବା ଡକାୟତ ମାନେ ହେଲେ ଛେଣ୍ଡିପଦା ଥାନା ଗୋଳାଗାଡ଼ିଆ ଗାଁର ପରମାନନ୍ଦ ନାଏକ , କଣିହାଁ ଥାନା ଡେରେଙ୍ଗ ଗାଁର ପୁରୁଷୋତ୍ତମ ନାଏକ ଓ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ଗାଁର ରାଜେଶ କୁମାର ପାତ୍ର ବୋଲି ଜଣାପଡିଛି । ଏହି ଲୁଟେରା ମାନେ ଗତ ଡିସେମ୍ବର ୧୭ ତାରିଖରେ ଫ୍ଲିପକାର୍ଟ ଡେଲିଭରି କର୍ମଚାରୀଙ୍କ ଠାରୁ ୪୫ଶହ ଟଙ୍କା,ଗତ ଡିସେମ୍ବର ୪ ତାରିଖରେ ଏଲଏଣ୍ଡଟି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୮୯୪୦୦ ଟଙ୍କା,କୁମୁଣ୍ଡା ଭାଗମୁଣ୍ଡା ଠାରେ ଥିବା ଜଗାବଳିଆ ପେଟ୍ରୋଲ ପମ୍ପରୁ ୮୬୦୦୦ଟଙ୍କା, ଏକଘରିଆ ବିକିସରା ଛକ ଠାରୁ ଜଣେ ଇଭି ନେକ୍ସନ ଗାଡ଼ିରେ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଠାରୁ ୨ଲକ୍ଷ ୩୩ହଜାର ଟଙ୍କା, ଗୋଡ଼ିବନ୍ଧ ମଦ ଦୋକାନରୁ ଦେଢ଼ଲକ୍ଷ ଟଙ୍କା,ବଡତିରିବିଡା ଡେମ୍ଫ ପୋଲିଆ ଠାରୁ ଜଣେ ମେଡ଼ିସିନ ଏଜେଣ୍ଟଙ୍କ ଠାରୁ ୬୫ହଜାର ଟଙ୍କା ଏହିପରି ଭାବେ ଏହିପରି ଭାବେ ଅନୁଗୁଳ ଜିଲ୍ଲାରେ ୧୪ଟି ସ୍ଥାନରେ ଡକାୟତି କରି ପ୍ରାୟ ୧୯ ଲକ୍ଷରୁ ଉର୍ଦ୍ଧ ଟଙ୍କା ଡକାୟତ କରିଥିବା ପ୍ରକାଶ କରିଥିଲେ l ଡକାୟତ କରିଥିବା ପ୍ରକାଶ କରିଥିଲେ l କମ୍ପସଲା ଡକାୟତି ଘଟଣାରେ ଉକ୍ତ ୩ ଜଣଙ୍କର ସମୃକ୍ତି ଥିବା ଜାଣିବା ପରେ ପୁଲିସ ଉକ୍ତ ୩ ଜଣଙ୍କୁ ନେଇ କମ୍ପସଲା ଗାଁ କୁ ଯାଇ ଲୁଚାଇ ରଖିଥିବା ବନ୍ଧୁକ, ଭୁଜାଲି ଓ ଡକାୟତି ବେଳେ ବ୍ୟବହୃତ କରିଥିବା ଏକ ମୋଟରସାଇକେଲ ସହିତ ଡାକୟତ କରିଥିବା କାଗଜପତ୍ର, ବହୁ ନମ୍ବର ପ୍ଲେଟକୁ ପୁଲିସ ଜବତ କରିଥିଲା l ଏହା ପରେ ଉକ୍ତ ଡାକୟତ ମାନେ ଜନସେବାକେନ୍ଦ୍ର ପରିଚାଳକଙ୍କୁ କିପରି ଲୁଟ କରିଥିଲେ ତାର ସିନ ରି କ୍ରିଏସନ କରିଥିଲେ l ସେଠାରେ ଡକାୟତ ମାନେ କିପରି ସାଧାରଣ ଲୋକଙ୍କୁ ଭୟଭୀତ କରି କଟୁରୀରେ ହାଣି ଲୁଟ କରୁଥିଲେ ଦେଖାଇବା ସହିତ ପୋଲିସ ଆଗରେ ବଖାଣିଥିଲେ l ପୋଲିସ ଉକ୍ତ ୩ଜଣଙ୍କ ଠାରୁ ପୋଲିସ ୧୦ହଜାର ୨୫୦ଟଙ୍କା, ଏକ ଖେଳଣା ବନ୍ଧୁକ, ତେଲଙ୍ଗାନା କଟୁରି, ୫ମୋବାଇଲ ଫୋନ,ନକଲି ନମ୍ବର ପ୍ଲେଟ ଆଦି ଜବତ କରିବା ସହିତ ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ l