Uncategorized ଗୋଟିଏ ଦିନରେ ପାଣିରୁ ତିନି ମୃତଦେହ ଉଦ୍ଧାର Angul OnlineAugust 7, 2024August 7, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନର ପାଣି ଭିତରୁ ତିନୋଟି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୁନାଭୁଇଁ ଗାଁର କମ୍ପ୍ୟୁଟର ଛାତ୍ରୀ ପ୍ରୀତି ବେହେରାଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଥିଲା । ସୂଚନା ଅନୁସାରେ ସେ କାଲି କ୍ଳାସ ସାରି ଘରୁ ଫେରିବା ବେଳେ ନାଳ ଉପରେ ପାଣି ଯାଉଥିଲା । ସାଇକେଲ ଧରି ସେ ନାଳ ପାର ହେଉଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିର ସ୍ରୋତରେ ସେ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଗତକାଲି ଅଗ୍ନିଶମ ବିଭାଗ ଓ ଆଜି ସକାଳୁ ଓଡ୍ରାଫ ଟିମ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ବ୍ରିଜ ଠାରୁ ୧୦୦ ମିଟର ଦୂରରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିଭଳି ଆଜି ସକାଳେ ଲିଙ୍ଗରାଜୋଡି ନାଳରେ ମଧ୍ୟ ଗାଧେଇବାକୁ ଯାଇଥିବାବେଳେ ଲିଙ୍ଗରାଜୋଡି ଗାଁର ଅନୁପମା ନାଏକ ଜଣେ ଯୁବତୀ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । କିଛି ସମୟ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଅନୁପମାକୁ ଠାବ କରିଥିବା ବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସେହିଭଳି ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଡ୍ୟାମରେ ବୁଡି ନିଖୋଜ ଥିବା ଜଣେ ଯୁବକଙ୍କ ମୃତ ଦେହ ବୁଧବାର ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସୂଚନା ଅନୁସାରେ ପରଙ୍ଗ ଗ୍ରାମ ପଞ୍ଚାୟତର ଭୁବନପୁର ନିକଟରେ ଥିବା ପରଙ୍ଗ ଡ୍ୟାମରେ ଜିନ୍ଦଲର ଲେବର କଲୋନୀରେ ରହୁଥିବା ଗାର୍ଡ ମୁର୍ମୁ ସାଙ୍ଗ ମାନଙ୍କ ସହିତ ମାଛ ମାରିବାକୁ ଆସିଥିଲେ । ମାଛ ମାରୁଥିବା ବେଳେ ମୁର୍ମୁ ପାଣିରେ ବୁଡି ଯାଇଥିଲେ ।ଏହା ଦେଖି ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନେ ଦୀର୍ଘ ସମୟ ଖୋଜିବା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ l ସନ୍ଧ୍ୟା ହୋଇ ଯାଇଥିବାରୁ ନିରାଶ ହୋଇ ଦମକଳ ବାହିନୀ ଫେରି ଆସିଥିବା ବେଳେ ଆଜି ପୁଣି ସେଠାରେ ଖୋଜାଖୋଜି କରିବା ପରେ ଗାର୍ଡ ମୁର୍ମୁଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ଖବର ପାଇ ପୂଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ଛାନଭିନ ଚଳାଇଛି । Advertisement
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ ଅନୁଗୁଳ – ଜୀନଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ଵର ଠାରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି…
ବନ୍ଦ ପ୍ରତ୍ୟାହୃତ – କେନ୍ଦ୍ର ସରକାର ଦେଲେ ପ୍ରତିଶ୍ରୁତି ଅନୁଗୁଳ – ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ…
ହୋଲ୍ଡିଂ ଟ୍ୟାକ୍ସ୍ ବୃଦ୍ଧି ଅଭିଯୋଗ – ଚିନ୍ତାରେ ତାଳଚେରବାସୀ ତାଳଚେର -ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ୧୦ଗୁଣା ବଢିସାରିଛି…