ମୁଖ୍ୟ ଖବର ନିଶାଗ୍ରସ୍ତ ଚାଳକର ବେପରୁଆ ଗାଡି ଚାଳନା – ଦୁଇ ଶିଶୁଙ୍କ ସମେତ ତିନି ମୃତ Angul OnlineApril 28, 2023April 28, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ଚାପିଦେଲା । ଫଳରେ ଜଣେ ବୃଦ୍ଧାଙ୍କ ସମେତ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୋବରା ଗାଁ ଦାଣ୍ଡରେ କିଛି ଶିଶୁ ଖେଳୁଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସିଵା ସହ ଭାରସାମ୍ୟ ହରାଇ ଦୁଇ ଜଣ ଶିଶୁ ଓ ଜଣେ ବୟସ୍କା ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରମିଳା ପ୍ରଧାନ ନାମକ ମହିଳା ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ପୁନମ ପ୍ରଧାନ ଓ ଗୁଗୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଲୋକ ନିଶାଗ୍ରସ୍ତ ଥିବା ଚଳକ ଓ ଅନ୍ଯ ଜଣକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି । Advertisement
ଏକାଠି ଦୁଇ କଲରାପତରିଆ ବାଘ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ…
ଟ୍ରେନରୁ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…