ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ

ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ

ଅନୁଗୁଳ – ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଙ୍ଗଳାଦେଶ , ଶ୍ରୀଲଙ୍କା , ନେପାଳ ଓ ଭାରତରୁ ପ୍ରାୟ ୧ ହଜାରରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଭାରତରୁ ପ୍ରତିନିଧିତ୍ୱ କରୁଥିବା ଖେଳାଳି ମାନଙ୍କ ମଧ୍ୟରେ ଓଡ଼ିଶାର ୭ ଜଣ ଖେଳାଳି ରହିଥିବା ବେଳେ ଏଥିରେ ଅନୁଗୁଳର ପ୍ରକାଶ ଗଡନାୟକ ମଧ୍ୟ ଭାଗ ନେଇଥିଲେ । ପ୍ରକାଶ ଏହି ପ୍ରତିଯୋଗିତାରେ ଏକା ସାଙ୍ଗରେ ୩ ଟି ସ୍ୱର୍ଣ୍ଣ ପଦକ ଜିତି ଅନୁଗୁଳ ଜିଲ୍ଲା ସମେତ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ୧୦୦ ମିଟର , ୨୦୦ ମିଟର ଦୌଡ ଓ ଉଚ୍ଚଡିଆଁରେ ଭାଗ ନେଇ ଚମତ୍କାର ଖେଳ ପ୍ରଦର୍ଶନ କରି ୩ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

What’s your Reaction?
+1
3
+1
0
+1
0
+1
1
+1
22
+1
0
+1
1

Leave a Reply