ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ

ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଭୋରରୁ ଅଙ୍ଗାରବନ୍ଧ , ଛେଳିଆପଡା ଓ ବାରସିଂହା ଗାଁ ଭଳି ଭିନ୍ନ ଭିନ୍ନ ଗାଁରେ ଏଭଳି ହାତୀ ଆକ୍ରମଣ କରିଛି । ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ ବିଲକୁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ବାରସିଂହା ଗାଁର ରମେଶ ସ୍ୱାଇଁ ସ୍ଵଚ ହେବା ପାଇଁ ଗାଁ ପାଖ ନାଳକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଛେଳିଆପଡ଼ାରେ ମଧ୍ୟ ହାତୀ ଆକ୍ରମଣରେ ସୁବାସ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସେହି ଗୋଟିଏ ହାତୀ ଭିନ୍ନ ଭିନ୍ନ ଗାଁରେ ଆକ୍ରମଣ କରିଥିବା ଜଣା ପଡ଼ିଛି । ଆଉ ଭୋରରୁ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।

What’s your Reaction?
+1
0
+1
0
+1
1
+1
1
+1
1
+1
1
+1
15

Leave a Reply