ମୁଖ୍ୟ ଖବର ଦୁର୍ଘଟଣାରେ ତିନି ମୃତ Angul OnlineJanuary 28, 2022January 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୁତକ ମାନଙ୍କ ମଧ୍ୟରୁ ଜଣେ ଗଡ଼ତରାସ ଗ୍ରାମର ସନ୍ତୋଷ କୁମାର ସାହୁ ଓ ଅନ୍ୟ ଜଣଙ୍କ ଛେଣ୍ଡିପଦା ଥାନା ବାରାମଞ୍ଚା ଗାଁର ପବିତ୍ର ବେହେରା । ସୂଚନା ଅନୁସାରେ ଆଜି ଦୁଇଜଣ ଟିପିସିଓଡ଼ିଏଲ ଅଧୀନ ଶ୍ୟାମ ଇଣ୍ଡସ କମ୍ପାନୀର କର୍ମଚାରୀ ଇଲେକ୍ଟ୍ରିକାଲ ମିଟର ଲଗାଇବା ପାଇଁ ଯାଉଥିବା ସମୟରେ ମୂଷାପାପୁଲି ଛକ ନିକଟରେ ସମ୍ବଲପୁର ଆଡୁ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ପଳାଇଯାଉଠିବା ବେଳେ ପଞ୍ଚମହଲା ନିକଟରେ ଧରା ପଡିଥିଲା । ତେବେ ଏହି ଘଟଣାକୁ ନେଇ କର୍ମଚାରୀ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ଡାକ୍ତରଖାନାରେ ରଖି କ୍ଷତିପୂରଣ ଦାବି କରିଥିଲେ । ବହୁ ବୁଝା ସୁଝା ପରେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଆନ୍ଦୋଳନ ହଟିଥିଲା । ସେହିଭଳି ଜରପଡା ଥାନା ଦୁର୍ଗାପୁର ଠାରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ବୋଲି ଜଣା ପଡିଛି । Advertisement
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ବଦଳିଲେ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ…
ଦୁର୍ଘଟଣା ନେଲା ତିନି ଜୀବନ ଅନୁଗୁଳ/ତାଳଚେର – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କ ଜୀବନ ଯାଇଛି । ତାଳଚେର ଗୋଡିବନ୍ଧ ଛକ ନିକଟରେ କୋଇଲା ବୋଝେଇ…