ଅପରାଧ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ତିନି ଲୁଟେରା ଗିରଫ Angul OnlineOctober 16, 2023October 16, 2023 ଅନୁଗୁଳ – ଅନୁଗୁଳ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ଅନେକ ଲୁଟ , ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇବା ସହ ମାଡ ମାରି ତାଙ୍କ ଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ସମେତ , ସ୍କାନର ମେସିନ ଓ ଜରୁରୀ କାଗଜପତ୍ର ନେଇ ଯାଇଥିଲେ । ଏହି ଘଟଣାରେ ଫାଇନାନ୍ସ କର୍ମଚାରୀ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କାଙ୍ଗୁଲା ଗାଁର ସୁବଳ ସେଠୀ , ମୁଷାପାପୁଲି ଗାଁର ବେଙ୍ଗ @ ପିଣ୍ଟୁ ବେହେରା ଓ ମୂଷାପାପୁଲି ଗାଁ କାଳିଆ @ କୃଷ୍ଣ ନାଏକ । ଏମାନେ କାଙ୍ଗୁଲା ଗାଁ ନିକଟରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ତିନୋଟି ଟିମ ଗଠନ କରି ତଦନ୍ତ କରିଥିଲା । ଆଉ ଆଜି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ଡି ପି ଓ ରମାକାନ୍ତ ମହାଳିକ ଓ ସଦର ଥାନା ଅଧିକାରୀ ଧିରେନ କୁମାର ବେହେରା ସୁଚନା ଦେଇଥିଲେ । ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ , ଗୋଟିଏ ଛୁରୀ , ଗୋଟିଏ ଭୁଜାଲି ଜବତ କରିଥିବା ବେଳେ ୧ ଲକ୍ଷ ୪୪ ହଜାର ୨୦୦ ଟଙ୍କା ଜବତ କରିଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି । Advertisement
ହାଇଜାକ ହୋଇଥିବା ମଦ ଗାଡି ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁରରେ ସରକାରୀ ମଦ ଡିପୋ ରହିଛି । ତେବେ ଉକ୍ତ ଡ଼ିପୋରୁ ମଦ ଧରି ଏକ ପିକ୍…
ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । କାରରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିବାରେ ସଫଳ…
କମେଣ୍ଟ ମାରିବାରୁ ଯୁବକଙ୍କୁ ଗାଁରେ ଲଣ୍ଡା କରି ବୁଲାଇଲେ ତାଳଚେର – ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କାଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…