ଅପରାଧ ବିଦ୍ୟାଳୟ କୋଠରୀ ଭିତରୁ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ Angul OnlineJuly 22, 2023July 22, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୁଶକିଳା ପଂଚାୟତ ପାଖରେ ଥିବା ପରିତ୍ୟକ୍ତ ପ୍ରାଥମିକ ବିଦ୍ୟାଳୟ କୋଠରୀ ଭିତରୁ ପୁଲିସ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଘଟଣାରୁ ଜଣାପଡେ କୁଶକିଳା ଗ୍ରାମରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ନେଇଯିବା ପରେ ଉକ୍ତ ବିଦ୍ୟାଳୟଟି ପରିତ୍ୟକ୍ତ ଅବସ୍ଥାରେ ରହିଛି । ୩ଦିନ ପୂର୍ବରୁ ୩ଜଣ ଯୁବକ ଏକ ମୋଟରସାଇକେଲରେ ଆସି ରାତ୍ରୀରେ ବିଦ୍ୟାଳୟ ଭିତରେ ରହୁଥିଲେ । ତୃତୀୟ ଦିନ ସନ୍ଧ୍ୟାରେ ଗ୍ରାମର କିଛି ଯୁବକ ସେମାନଙ୍କୁ ଦେଖି ସନ୍ଦେହରେ ସରପଂଚ ସୁଶାନ୍ତ ସାହୁଙ୍କୁ ଜଣାଇଥିଲେ । ପରେ ସରପଂଚ ଜରପଡା ଥାନାକୁ ଜଣାଇବା ପରେ ଜରପଡା ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଯୁବକଙ୍କୁ ଧରି ଥାନାକୁ ନେଇ ଯାଇଥିଲେ । ପୁଲିସ ଯୁବକଙ୍କ ପାଖରୁ ଜେରେଙ୍ଗ ଗ୍ରାମର ଏକ ଦୋକାନରୁ ଚୋରି କରିଥିବା ରାସନ ସାମଗ୍ରୀ,ଖଣ୍ଡା ଓ ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର,ବିଶାକ୍ତ ଇଞ୍ଜେକସନ,ଅଚେତ କରାଯାଉଥିବା ସିରପ ଓ ସେମାନେ ବ୍ୟବହୃତ କରୁଥିବା ମୋଟରସାଇକେଲ ଇତ୍ୟାଦି ସାମଗ୍ରୀକୁ ପୁଲିସ ଜବତ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଓଡିଆ ଯୁବକ ଥିବାବେଳେ ଜଣେ ବିହାରୀ ଯୁବକ ଅଛନ୍ତି । ପୁଲିସ ଉକ୍ତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । Advertisement
ବିପୁଳ ପରିମାଣର ବାଣ ଜବତ – ଜଣେ ଅଟକ ତାଳଚେର – ରାଜ୍ୟ ଓ କେନ୍ଦ୍ର ସରକାର କୋରାନା ମହାମାରୀ ପାଇଁ ବାଣ ବିକ୍ରି ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ତାଳଚେର ହାଟତୋଟା…
ବଡବାପାଙ୍କୁ ହତ୍ୟା କଲା ପୁତୁରା-ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମରେ ଜମି ବାଡି ବିବାଦକୁ ନେଇ ବଡ଼ବାପାଙ୍କ ଜୀବନ ନେଲା ପୁତୁରା । ମୃତକ ଜଣଙ୍କ…
ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ…