ଅପରାଧ ଚାନ୍ଦା ମାଗି ତିନି ଯୁବକ ଗିରଫ Angul OnlineMarch 21, 2022March 21, 2022 ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ ମାନେ ହେଲେ ଅନୁଗୁଳ ଜିଲ୍ଲା ଭୋଗବେରେଣି ଗ୍ରାମର କିରଣ ନାଏକ, ପ୍ରକାଶ ନାଏକ, ଏକାଦୁସିଆ ନାଏକ ବୋଲି ପୁଲିସ ପକ୍ଷରୁ ଜଣା ପଡିଛି । ସୂଚନା ଅନୁସାରେ ଭୋଗବେରେଣି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଏହି ତିନି ଯୁବକ ଯାଇ ଚାନ୍ଦା ମାଗିବା ସହିତ ମାଡପିଟ କରିଥିଲେ । ଏପରିକି ଦେଶୀ ମଦ ଭାଟିର ଜଣେ କର୍ମଚାରୀଙ୍କ ମୁଣ୍ଡ ଫଟେଇ ଦେଇଥିବା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୩୪୧/୩୨୩/୨୯୪/୩୦୭/୩୮୭/୪୨୭/୫୦୬/୩୪ ଆଇପିସିରେ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । Advertisement
ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ…
ଗୋରୁ ବୋଝେଇ ଟ୍ରକ ଜବତ – ଦୁଇ ଗିରଫ ପାଲଲହଡା – ଟ୍ରକରେ ଗୋରୁ ଚୋରା ଚାଲାଣ ବେଳେ ଖବର ପାଇ ପାଲଲହଡା ପୁଲିସ ଚଢ଼ାଉ କରିଥିବା ବେଳେ ଟ୍ରକ ସହ ୨0 ଗୋରୁ ଜବତ କରିଛି…
ନିର୍ବାହୀ ଅଧିକାରୀଙ୍କ ସମ୍ପର୍କରେ ଅଶ୍ଳୀଳ ପୋଷ୍ଟର ବାଣ୍ଟି ବନ୍ଧା ହେଲେ ପୌର କର୍ମଚାରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ନିର୍ବାହୀ ଅଧିକାରିଣୀଙ୍କ ସମ୍ପର୍କରେ ଅଶ୍ଳୀଳ ପ୍ରଚାରପତ୍ର ବାଣ୍ଟିବା ଅଭିଯୋଗରେ ପୁଲିସ ପୌରପାଳିକାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି…