ଅପରାଧ ଚୋରି କରିବାକୁ ଆସି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ନିର୍ଦ୍ଧୂମ ଛେଚା ଖାଇଲେ ତିନି ଯୁବକ Angul OnlineSeptember 27, 2021September 27, 2021 ଅନୁଗୁଳ – ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ୩ ଯୁବକ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଚୋରୀ କରିବାକୁ ଆସି ଲୋକଙ୍କ ହାତରେ ଧରାପଡିବା ସହି ନିର୍ଧୁମ ଛେଚା ଖାଇଲେ ତିନି ଯୁବକ । ସୁଚନା ଅନୁସାର କୁକୁରପେଟା ଫୁଲଝରି ଛକରେ ଥିବା ଯୁଗଳ ସାହୁଙ୍କ ହୋଟେଲ ଓ ନଗେନ ପ୍ରଧାନଙ୍କ ପାନ ମସଲା ଦୋକାନରୁ କଣିହାଁ ଥାନା ଭାଲୁଗାଡିଆ ଅଞ୍ଚଳର ୩ ଜଣ ଯୁବକ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ଯାଇ ଥିଲେ । ଲୋକମାନେ ଚୋର ୩ ଜଣକୁ ଗୋଟିଏ ବିଦ୍ୟୁତ୍ ଖୁଣ୍ଟରେ ବନ୍ଧି ନିର୍ଧୁମ ମାଡ ମାରିଥିଲେ । ସେମାନଙ୍କ ଖାନତଲାସି ବେଳେ ତାଙ୍କ ପାଖରୁ ଗୋଟିଏ ଭୁଜାଲି ଏବଂ ସେମାନେ ଆସିଥିବା ଗୋଟିଏ ମଟରସାଇକେଲକୁ ଜବତ ରଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ୩ ଜଣ ଚୋରକୁ ଥାନାକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…